ଅଟଳ ବିହାରୀ ବାଜପାୟୀ ଟ୍ରଷ୍ଟ ଆନୁକୂଲ୍ୟରେ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ଆଡମ୍ବର ସହକାରେ ପାଳିତ

ପାରାଦୀପ, (ପୀତବାସ ପ୍ରଧାନ):ଡିସେମ୍ବର ୨୫ ତାରିଖ ଭାରତରତ୍ନ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ୯୮ ତମ ପୂଣ୍ୟ ଜନ୍ମଜୟନ୍ତୀ ଅବସରରେ ପାରାଦୀପର ଅଟଳ ବିହାରୀ ବାଜପାୟୀ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ପରିସରରେ ଅଟଳଜୀଙ୍କ ଜନ୍ମଜୟନ୍ତୀ ରବିବାର ଦିନ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବାଜପାୟୀ ପାର୍କରେ ତାଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରାଯାଇ ସନ୍ଧ୍ୟାରେ ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା । ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଜପାୟୀଙ୍କ ନୀତି, ଆଦର୍ଶ ଓ ଦେଶ ପାଇଁ ତାଙ୍କର ଅବଦାନ ସଂପର୍କରେ ଅବତାରଣା କରି ସେ ଜଣେ ରାଷ୍ଟ୍ରନୀତିଜ୍ଞ ଥିଲେ ବୋ ନିଜ ବକ୍ତବ୍ୟ କହିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ ଦାସଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସଭାପତି ଅଜୟ ଦାସ, ବିଶ୍ୱହିନ୍ଦୁ ପରିଷଦ ଜଗତସିଂହପୁର ଜିଲ୍ଲା ସଂଯୋଜକ ଡ. ଧ୍ରୁତିଧର ଦାସ, ଟ୍ରଷ୍ଟର ସଦସ୍ୟ ଆଇନଜୀବୀ କୌଳାସ ସାହୁ, ନାରୀନେତ୍ରୀ ଶୈଳେନ୍ଦ୍ରୀ ସେନାପତୀ, ସହ ସଂପାଦକ ସଂଜୀବ ମିଶ୍ର, ପାରିଷଦ ବନୀତା ରାଉତ ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଗୁରୁଜୀ ଶ୍ରୀକାନ୍ତ ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିବା ସହ ମଂଚ ପରିଚାଳନା କରିଥିଲେ । ଶେଷରେ ଟ୍ରଷ୍ଟର ସଂପାଦକ ଅରୁଣ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଦଳମତ ନିର୍ବିଶେଷରେ ଆୟେଜିତ ଏହି କାର୍ଯ୍ୟକ୍ରମରେ ଅଟଳ ପ୍ରେମୀଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ