ଅଟୋରୁ ଜବତ ହେଲା ୪ବୋମା ସହ ୧ ବନ୍ଧୁକ

ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) କମିସନ୍ରେଟ୍ ପୋଲିସକୁ ମିଳିଛି ସଫଳତା । ଅପରାଧି ଓ ବେଆଇନ କାରବାରକୁ ରୋକିବା ପାଇଁ କମିସନରେଟ୍ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । କାରଣ ଭୂବନେଶ୍ୱର ରାଜଧାନୀ ଧିରେ ଧିରେ କ୍ରାଇମ ସିଟିରେ ପରିଣତ ହୋଇଯାଉଛି ।ପୋଲିସ ତରଫରୁ ଅପରାଧି ଓ ଅସାମାଜିକ ବ୍ୟକ୍ତି ମାନଙ୍କୁ ସାବାଡ କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ନଜରରେ ରହିଛି । ପୋଲିସ ଅପରାଧି ମାନଙ୍କୁ ଧରିବା ପାଇଁ ଦିନ ରାତି ଏକ କରିଦେଇଛି । ତଥାପି ପୋଲିସ ଆଖିରେ ଧୁଳି ଦେଇ ଅପରାଧି ମାନେ ପୋଲିସକୁ ଚକମା ଦେଇ କେବେ ଖସିପଳାଇବାରେ ସଫଳ ହେଉଛନ୍ତି ତ କେବେ ପୋଲିସ ଜାଲରେ ପଡୁଛନ୍ତି । ଶନିବାର ଭୂବନେଶ୍ୱରର ବ୍ୟସ୍ତ ବହୁଳ ସ୍ଥାନ ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲି ହୋଟେଲ ନିକଟରୁ ଏକ ଅଟୋରୁ ୪ ଟି ବୋମା ଓ ଗୋଟିଏ ବନ୍ଧୁକ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ