ଅଟୋ ଓଲଟି ଚାଳକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ହିଂଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସମ୍ମୁଖ ଭାଗ ରାଜପଥ ଉପରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାଳକ ଗୁରୁତର ହୋଇଛନ୍ତି ୠୁରୁତର ଜଣକ ହିଂଜିଳି ଥାନା ଖରିଡ଼ା ଗ୍ରାମର ମଙ୍ଗୁଳୁ ମହାନ୍ତି (୩୦) । ସ୍ଥାନୀୟ ଲୋକେ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଦୂର୍ଘଟଣା ସ୍ଥଳରେ ପଂହଚି ଅଟୋକୁ ଜବତ କରିଛି । ପ୍ରକାଶ ଥାଉକି, ଯାତ୍ରୀବାହୀ ଅଟୋ(ଓଆର୦୭ଡ଼ବ୍ଳ୍ୟୁ ୭୧୮୯)ଟି ବ୍ରହ୍ମପୁର ଠାରୁ ହିଂଜିଳିକାଟୁ ଅଭିମୂଖେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।


