ଅଟୋ ବାଇକ ମୁହାଁମୁହିଁ ଧକ୍କା ୨ ଗୁରୁତର ,୪ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାଇକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଫୁଟ ତଳକୁ ଖସିଲା ଅଟୋ l ଘଟଣାରେ ଗୁରୁତର ହେବା ସହ ୪ ଆହତ l ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ନିକଟ ହାଟପଦା ନିକଟରେ l ଶିଆଳିଲଟି ଗ୍ରାମରୁ ଏକ ଅଟୋ କିଛି ଶ୍ରମିକଙ୍କୁ ନେଇ ମୋହନା ଆସୁଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଯାହାଫଳରେ ୨ଜଣ ଶ୍ରମିକ ଗୁରୁତର ଆଘାତ ହେବା ସହ ଅଟୋଟି ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଓଲଟି ପଡିଥିଲା l ଅଟୋରେ ବସିଥିବା ନବରଙ୍ଗପୁର ଜିଲ୍ଲା କଶଗୁମୁଡ଼ା ଥାନା ଅନ୍ତର୍ଗତ ଶିରୀଶିଆଗୁଡା ଗ୍ରାମର ସିନ୍ଧୁ ଭତ୍ରା (୪୦) ଓ ସେହି ଗ୍ରାମର ଲକି ଚନ୍ଦ୍ର ସବତ୍ରା (୪୫) ଗୁରୁତର ଆହତ ହୋଇଛନ୍ତି l ଏଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚନ୍ଦ୍ରଗିରି ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି। ଆହତମାନେ ହେଲେ ବାଇକ ଚାଳକ ମୋହନା ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମର ବୈକୁଣ୍ଠ ଦଳବେହେରା(୨୫) ଓ ନବରଙ୍ଗପୁର ଜିଲ୍ଲା କଶଗୁମୁଡ଼ା ଥାନା ଅନ୍ତର୍ଗତ ଶିରୀଶିଆଗୁଡା ଗ୍ରାମର ଚିତୁବତ୍ରା (୧୮), ଚୈତନ୍ୟ ସବତ୍ରା (୪୫), କେଶବ ସବତ୍ରା (୨୩) | ୪ ଜଣ ଆହତ ବ୍ୟକ୍ତିଙ୍କୁ ଚନ୍ଦ୍ରଗିରି ମେଡିକାଲକୁ ପଠାଯାଇ ଚିକିତ୍ସିତ ହେଉଛନ୍ତି l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ