ଅଡବାରେ ମା’ ଭିମା କାଳୁଆ ଠାକୁରାଣୀ ବାଲିଯାତ୍ରା ଅନୁଷ୍ଠିତ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଡବା ଗ୍ରାମରେ ୧୨ ଦିନ ଧରି ମହାସମାରୋହରେ ପାଳିତ ହୁଏ ମା’ଭିମା କାଳୁଆ ଠାକୁରାଣୀ ବାଲିଯାତ୍ରା। ୧୮୯୨ ମସିହାରୁ ଗ୍ରାମର ପାତ୍ର ସାହିରେ ଏହି ଯାତ୍ରା ପାଳନ ହୋଇ ଆସୁଅଛି।ପ୍ରତ୍ୟେକ ବର୍ଷ ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରା ହୁଏ । ମନ୍ଦିରର ଜାନି ଲୋଚନ ପୂଜାରୀ ଓ ଦଣ୍ଡପାଣି ପୂଜାରୀ ପାରମ୍ପରିକ ନୀତିକାନ୍ତି ଅନୁସାରେ ମା’ଙ୍କର ପୂଜାର୍ଚ୍ଚନା କରିଥାନ୍ତି। ୧୨ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାର ପ୍ରଥମ ଦିନରେ ନଦୀରୁ ବାଲି ଆଣି ମାଁ’ଙ୍କ ମନ୍ଦିର ଘରେ ରଖାଯାଏ। ସେହି ବାଲିରେ ବିଭିନ୍ନ ପ୍ରକାର ବିହନ ବୁଣାଯାଏ । ଶେଷଦିନ ଭକ୍ତମାନଙ୍କର ଦର୍ଶନ ପାଇଁ ସେହି ବିହନକୁ ବାହାରକୁ ଅଣାଯାଏ । ଏହି ବାଲିଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକଙ୍କ ସମାଗମ ହୋଇଥାଏ। ଲୋକଙ୍କ ବିଶ୍ୱାସ ରହିଛି ମା’ଙ୍କ ଏହି ବାଲିଯାତ୍ରା କଲେ ଗ୍ରାମରେ ସୁଖ ସମୃଦ୍ଧି ଘଟିବ, ବିଲରେ ଭଲ ଫସଲ ଅମଳ ହେବ,ଗ୍ରାମରୁ ବିପର୍ତ୍ତି, ମରୁଡି ଦୂର ହେବ। ବାଲିଯାତ୍ରା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ବର୍ଷ ହେଲା ଯାତ୍ରା ସୁପରିଚାଳନା ହୋଇ ଆସୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ