ମହିଳାଙ୍କ ବେକ ରୁ ସୁନା ଅଳଙ୍କାର ଚୋରି :କାଶୀନଗର ରେ ଚହଳ!
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ସହର ରେ ଜଣେ ମହିଳା ସାଇ ଭକ୍ତ ଙ୍କ ବେକରୁ ସୁନା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି |ପ୍ରାପ୍ତ ସୂଚନା ମୁତାବକ ତୁମୁଲା ରାଜେଶ୍ୱରୀ ନାମକ ଜନୈକ ମହିଳା ପ୍ରତିଦିନ ସନ୍ଧ୍ୟାରେ ନିକଟ ରେ ଥିବା ମଦନ ମୋହନ ମନ୍ଦିର ଓ ସତ୍ୟ ସାଇ ମନ୍ଦିର କୁ ଦର୍ଶନ ପାଇଁ ଯାଆନ୍ତି | ଗତକାଲି ମଧ୍ୟ ସେ ଯାଇଥିଲେ | ମନ୍ଦିର ରୁ ଫେରୁ ଥିବା ବେକେ ଦୁଇଜଣ ବ୍ୟକ୍ତି ଜଣେ ଆଖି ବୁଜାଈ ଦେଇ ଆଉ ଜଣେ ତାଙ୍କ ବେକର ସୁନା ଅଳଙ୍କାର ଝିକି ଅତି କ୍ଷିପ୍ର ଗତିରେ ନଦୀ ପଟ ଦୌଡ଼ି ଚାଲିଗଲେ | ଏଜି ଖବର ପାଇ ତତକ୍ଷତଣାତ କାଶୀନଗର ପୋଲିସ ସଦଳବଳେ ପହଂଚି ତନାଘନା କଲେ,ହେଲେ ଚୋରୀକୁ କୁ ଧରିବାକୁ ସକ୍ଷମ ହୋଇନଥିଲେ | ରାଜେଶ୍ୱରୀ ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମୋକଧାମା କେଶ ନମ୍ବର ୧୧୪/୨୨ ରେ ରୁଜୁ କରି ଅନୁସନ୍ଧାନ ଚଳାଇ ଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି |


