ଅଡବା ୮ ନଂ ଜୋନ ହରଭଙ୍ଗୀ ଠାରେ ଜୋନ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଜୋନ ନିକଟସ୍ଥ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ହରଭଙ୍ଗୀ ଜଳ ସେଚନ ବିଭାଗ ବଙ୍ଗଳା ଠାରେ ଆଜି ବିଜେଡି ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି କର୍ମୀ ସମ୍ମିଳନୀରେ ଅଡବା ଜୋନର ୧୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଙ୍କ ସମେତ ସମସ୍ତ ଦଳୀୟ କର୍ମୀ ଗାଁ ମୁଖିଆଙ୍କ ସମେତ ସମସ୍ତ ଆଗ ଧାଡ଼ିର ନେତା ମଧ୍ୟ ଉପସ୍ଥିତ ଥିଲେ।ଏହି କର୍ମୀ ସମ୍ମିଳନୀ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଆଦିବାସୀ ଉନ୍ନୟନ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କ ସମେତ ସମସ୍ତ ଅତିଥି ଏବଂ କର୍ମୀଙ୍କୁ ସ୍ୱାଗତ କରିଥିବା ବେଳେ ବ୍ଲକ ଅଧକ୍ଷ ରଞ୍ଜୀବ ଶବର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ଅବଜର. ଜଗଦୀଶ ରାଓ. ଜିଲ୍ଲା ମହିଳା ସଭାନେତ୍ରୀ ପୁର୍ନବାସୀ ନାୟକ, ଜିଲ୍ଲା ପରିଷଦ ଉପାଧକ୍ଷା କୁନ୍ତଳା ମଳିକ, ଭାସ୍କର ସାହୁ,ମୋହନା ଜିଲ୍ଲା ପରିଷଦ ଚନ୍ଦ୍ର କୁମାର ମଳିକ, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସୁନୀଲ ବିଷୋୟୀ, ବାଲ୍ମୀନା ଅଧିକାରୀ, ଜିଲ୍ଲା ଉପ ସଭାପତି ଦଣ୍ଡାସି ସାହୁ, ଜଗବନ୍ଧୁ ଦାସ ପ୍ରମୁଖ ବିଜେଡି ନେତା ଓ ନେତ୍ରୀ ଉପସ୍ଥିତ ରହି ଦଳୀୟ ଆଲୋଚନା କରିଥିଲେ । ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆଜି ପ୍ରଥମ ଥର ନିମନ୍ତେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି।କର୍ମୀଙ୍କ ମନୋବଳ ବୃଦ୍ଧି ସହ ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ନିର୍ବାଚନ ପାରେ ଏହି ବୈଠକ କରିଥିବା ଜଣାପଡିଛି । ନିର୍ବାଚନ ପ୍ରତିଶୃତି ପୂରଣ କରିବା ପାଇଁ କର୍ମୀ ଏବଂ ସମସ୍ତ ପ୍ରତିନିଧି ଗାଁ କୁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ କରିବାକୁ ସଂସଦ ସମସ୍ତ ଉପସ୍ଥିତ ସରପଞ୍ଚ ସମିତି, ବ୍ଲକ ଅଧକ୍ଷ ଏବଂ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କୁ ନିର୍ଦେଶ ଦେଇଛନ୍ତି।ଏହି କର୍ମୀ ସମ୍ମିଳନୀରେ ପ୍ରାୟ କର୍ମୀ ଉପସ୍ଥିତ ଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ସମସ୍ତ ନେତା ଗାଁ କୁ ଗାଁ ବୁଲି ଲୋକଙ୍କ ସମସ୍ୟ ବୁଝି ଶୀଘ୍ର ସମାଧାନ କରିବା ନିର୍ଦେଶ ଅଛି ତାହାର ଯେମିତି ବ୍ୟତିକ୍ରମ ହେବନି ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ସଂସଦ ଶ୍ରୀ ସାହୁ । ଏହା ସହ ୨୦୨୪ମଧ୍ୟ ଭାଗରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବର୍ତ୍ତମାନ ଠାରୁ ଗାଁ ଗାଁ ବୁଲି ସଂଗଠନ ମଜବୁତ କରିବା ନିମନ୍ତେ ପ୍ରକାଶ କରିଥିଲେ । ଶ୍ରୀ ସାଂସଦ ଆଜି ଠାରୁ ସେ ନିୟମିତ ପ୍ରତି ଗାଁ ବୁଲି ସଂଗଠନ କରିବା ପାଇଁ ପ୍ରସ୍ତୁତି ପ୍ରକାଶ କରିଛନ୍ତି ।


