ଅଣସଂକ୍ରମକ ରୋଗ ନିରାକରଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସଭାକକ୍ଷ ପରିସରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଅଣସଂକ୍ରମକ ରୋଗ ନିରାକରଣ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି।‌ ଉଦଯାପିତ ଶିବିରରେ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ଡାକ୍ତର ସନ୍ତୋଷ ଷଡ଼ଙ୍ଗୀ, ପ୍ରଶିକ୍ଷଣ ଡାକ୍ତର ବିଜୟ ଲକ୍ଷ୍ମୀ ପଣ୍ଡା ଏବଂ ହରିହର ପାଢ଼ୀ ଉପସ୍ଥିତ ଥିଲେ l ଜଣେ ମଣିଷ ପାଖରେ ଅଣ ସଂକ୍ରlମକ ରୋଗ ନହେବା ପାଇଁ ଆଶା ଦିଦି ଗ୍ରାମରେ ସ୍ଵାସ୍ଥ୍ୟ ବୈଠକ ଆୟୋଜନ କରି ଅଣ ସଂକ୍ରମଣ ରୋଗର ଭୟାବହତା, ନିରାକରଣ,ନିରୂପଣ ଓ ନିଦାନ କରି ଶୀଘ୍ର ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା କରିବା ଦିଗରେ ପରାମର୍ଶ ଦେବାକୁ ମତବ୍ୟକ୍ତ କରିଥିଲେ। ସେହିଭଳି ମାସକୁ ରୋଗୀ ମାନଙ୍କୁ ଔଷଧ ସେବନ ସୁନିଶ୍ଚିତ କରିଵା ସହ ଉଚ୍ଚ ରକ୍ତଚାପ, ମଧୁମେୟ, ସ୍ତନ କର୍କଟ, ଜରାୟୁ ଗ୍ରୀବା କକର୍ଟ ହାଇପୋଗ୍ଲାସେମିୟା, ବଡ଼ ବଡ଼ ମାରାତ୍ମକ ରୋଗ ପିଲାଠାରୁ ବୟସ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଖରେ ଦେଖାଗଲାଣି l ଲୋକ ମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା, ଚାପ ମୁକ୍ତ ରହିବା, ଧୃମ ପାନ ଓ ମାଦକ ଦ୍ରବ୍ୟ ସେବନ ଠାରୁ ଦୁରେଇ ରହିବାକୁ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l
ତେଣୁ ଆଶା ଦିଦି ଘରକୁ ଘର ବୁଲି ଅଣସଂକ୍ରମିତ ରୋଗର ବିଲୋପ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏଥି ସହ ଆଶା ଦିଦି ମାନେ ସି ବ୍ୟାକ ଫର୍ମ ପୂରଣ କରି ଗାଁ ଗାଁ ରେ ଏନ ସି ଡି ଦିବସ ସ୍ଥିର କରି ଲୋକ ମାନଙ୍କୁ ଉପଯୁକ୍ତ ସେବା ଦେବାକୁ ଅତିଥି ମାନେ ମତ ରଖିଥିଲେ । ଆୟୋଜିତ ଶିବିରରେ ଶତାଧିକ ଆଶାକର୍ମୀ ଉପସ୍ଥିତ ଥିଲେ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ