ଅଣା କେନାଲ ଛକ ନିକଟରେ ଦୁଇ ବାଇକ ଧକ୍କା, ୩ଗୁରୁତର
ହାଟଡିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଭଦ୍ରକ ରାସ୍ତାର ଅଣା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁଁହା ମୁହିଁ ଧକ୍କା ହେବାରୁ ୩ଜଣ ଗୁରୁତର ହୋଇଛନ୍ତି। ଆହତ ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ଢେଙ୍କା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ହାତଟଡ଼ିହି ଡାକ୍ତରଖାନାକୁ ପଠା ଯାଇଛି। ଢ଼େଙ୍କା ଅଞ୍ଚଳର ଦୁଇଜଣ ପିଲା ଦ୍ରୁତଗତିରେ କେନାଲ ରାସ୍ତାରେ ଆସି ପିଚୁ ରାସ୍ତାରେ ଯାଉଥିବା ଅନ୍ୟ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ଏଭଳି ଦୁର୍ଘଟଣା ଘଟିଥିଲା।