ଅତନୁଙ୍କ ଆରୋଗ୍ୟ କାମନା କରି ଶାରଳା ପୀଠରେ ସମୂହ ଦୀପ ଦାନ
ତିର୍ତୋଲ,(ଅଭିଷେକ ତ୍ରିପାଠୀ ): ମହାମାରୀ କରୋନା ସମଗ୍ର ବିଶ୍ୱର ଜନସାଧାରଣଙ୍କୁ କବଳିତ କରିଚାଲିଛି l ଆଜି କେନ୍ଦ୍ରାପଡ଼ା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି l ଶ୍ରୀ ନାୟକଙ୍କୁ ତିର୍ତୋଲ ଉପନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ ଦାୟିତ୍ୱ ମିଳିଥିଲା | ତେଣୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ତିର୍ତୋଲ ବିଜେଡି ପକ୍ଷରୁ ମା’ ଶାରଳାଙ୍କ ପୀଠରେ ପ୍ରାର୍ଥନା କରାଯିବା ସହିତ ସମୂହ ଦୀପ ଦାନ କରାଯାଇଥିଲା l ଏହି ଦୀପ ଦାନ କାର୍ଯ୍ୟକ୍ରମରେ ତିର୍ତୋଲ ଆତ୍ମା କମିଟି ଅଧକ୍ଷ ବସନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବିସନପୁର ସମିତିସଭ୍ୟ ଅମୁଲ୍ୟ କୁମାର ମହାପାତ୍ର ,ହିରଣ୍ୟ ଖୁଣ୍ଟିଆ, ରବୀନ୍ଦ୍ର ମହାପାତ୍ର, ଗରଦପୁର ବ୍ଲକ ଅଧକ୍ଷ ବାସୁଦେବ ବେହେରା, ରତିକାନ୍ତ ମହାପାତ୍ର , ପ୍ରିୟବ୍ରତ ମହାନ୍ତି, ବିକ୍ରମ ସ୍ୱାଇଁ , ଅଭିଷେକ ବିଶ୍ୱାଳ , ତ୍ରିଲୋଚନ ସ୍ୱାଇଁ , ରମେଶ ଚନ୍ଦ୍ର ଦାସ , ରାଜେଶ ମୁଦୁଲି , ସୁଭାଶିଷ ମହାପାତ୍ର , ହୁଣ୍ଡା ବାରିକ, ଦେବାଶିଷ ମହାନ୍ତି ,ପ୍ରସନ୍ନ ମଲ୍ଲିକ , ବାବୁଆ ବିଶ୍ୱାଳ ଅଶୋକ ରାଉଳ , ଶାରଦା ରାଉଳ, ସୁଶା ରାଉଳ , ଅରୁଣ ମହାପାତ୍ର , ନୃସିଂହ ରାଉଳ , ଅଭିଷେକ ରାଉଳ , ବାବୁ ଦାସ , ପ୍ରଶାନ୍ତ ରାଉଳ ଆଦି ଅନେକ କର୍ମୀ ଉପସ୍ଥିତ ରହି ସମୂହ ଦୀପ ଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୀ ନାୟକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ l