ଅତନୁଙ୍କ ୭ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ଣମାଧ୍ୟମରେ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଯୁବ ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ୭ ଜଣ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି । ଏହି ୭ ଜଣ ଜିଲ୍ଲା ପରିଷଦ ସଭ୍ୟ ହେଉଛନ୍ତି ଜୋନ ନମ୍ବର ୧୯ର ପ୍ରାର୍ଥିନୀ ସସ୍ମିତା ସ୍ୱାଇଁ, ଜୋନ ନମ୍ବର ୨୦ର ପ୍ରାର୍ଥୀ ସୁବୋଧ କୁମାର ଲେଙ୍କା, ଜୋନ ନମ୍ବର ୨୧ର ପ୍ରାର୍ଥିନୀ ଅନୁରାଧା ସ୍ୱାଇଁ, ଜୋନ ନମ୍ବର ୨୨ର ପ୍ରାର୍ଥୀ ଅପୁ ପରିଡ଼ା, ଜୋନ ନମ୍ବର ୨୩ର ପ୍ରାର୍ଥୀ ମୃତ୍ୟୁଞ୍ଜୟ ମଣ୍ଡଳ, ଜୋନ ନମ୍ବର ୨୫ର ପ୍ରାର୍ଥିନୀ ଦୁର୍ଗାବତୀ ପ୍ରଧାନ ଓ ଜୋନ ନମ୍ବର ୨୬ର ପ୍ରାର୍ଥୀ ପ୍ରତାପ କୁମାର ମଲ୍ଲିକ ପ୍ରମୁଖ । ଏହି ପ୍ରାର୍ଥୀମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇଛୁ । ବିଜୁ ଜନତା ଦଳର ବିଭିନ୍ନ ଜନହିତକର କାର୍ଯ୍ୟ ଆମ ନିର୍ବାଚନ ପ୍ରଚାରର ମୁଖ୍ୟ ଅସ୍ତ୍ର ହେବ । ନିକଟରେ ‘ଇଣ୍ଡିଆ ଟୁଡେ’ ଇଂରାଜୀ ପତ୍ରିକା ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ତେଣୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଜନସେବା କରିବା ପାଇଁ ଆଗେଇ ଆସିଛୁ ବୋଲି ସେମାନେ କହିଛନ୍ତି । ସେହିପରି ଏହି ପ୍ରାର୍ଥୀମାନେ କହିଛନ୍ତି ମହାକାଳପଡ଼ା ଯୁବ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ତାହାକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ଆମେ ତାଙ୍କ କାନ୍ଧରେ କାନ୍ଧ ମିଶାଇବୁ । ପ୍ରଚାର ବେଳେ ଆମେ ଆମର ପ୍ରିୟ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ପାଖରେ ଭୋଟ ଭିକ୍ଷା କରିବୁ ବୋଲି ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ