ଅତିରିକ୍ତ ଅଫିସ ଗୃହ ସହ ୫ ଟି ପ୍ରକଳ୍ପକୁ ଉଦଘାଟନ କଲେ ବିଧାୟକ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅତିରିକ୍ତ ଅଫିସ ଗୃହ ସମେତ ବେଙ୍ଗେଇ ବନ୍ଧ ନିକଟ ବାଲୁଙ୍କେଶ୍ୱର ମନ୍ଦିର କଲ୍ୟାଣୀ ମଣ୍ଡପ, ବାଗ୍ଦେବୀ ମନ୍ଦିର କଲ୍ୟାଣୀ ମଣ୍ଡପ, ନେଳିଆ ବନ୍ଧ ସାଧାରଣ ଶୌଚାଳୟ, ଓ ନିକୁଞ୍ଜ ମୋହନ କ୍ଳବର କଲ୍ୟାଣୀ ମଣ୍ଡପ ପାଞ୍ଚଟି ପ୍ରକଳ୍ପ ଅକ୍ଟୋବର ୨୩ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପାଞ୍ଚଗୋଟି ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ସମସ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୁଗୁଡା ଏନଏସି ପ୍ରଶାସକ ତଥା ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଯୋଗଦେଇଥିଲେ। ଏନଏସି କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ