ଅତିରିକ୍ତ ଜିଲ୍ଲାଜଜଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଅତିରିକ୍ତ ଜିଲ୍ଲା ଦୈାରାଜଜ ମଦନ ରାଓ ଦୋରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ସଙ୍ଘର ସଭାପତି ଆଶୁତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା, ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ, ସରୋଜରାଜ ସିଂ, ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ଅତିରିକ୍ତ ଜିଲ୍ଲା ଦୈାରାଜଜ ଶ୍ରୀ ଦୋରାଙ୍କ କେନ୍ଦ୍ରାପଡା କାର୍ଯ୍ୟକାଳ ସମୟର ବିଭିନ୍ନ ଘଟଣାମାନ ବର୍ଣ୍ଣନା କରିବା ସହ ତାଙ୍କୁ ପୁଷ୍ପଗୁଛ, ଉପଢୈାକନ ଓ ତୁଳସୀ କ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ଏକ ଫଟୋଚିତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଅଦାଲତର ସମସ୍ତ ଜଜଙ୍କ ସମେତ ଆଇନଜୀବୀ ଗୋକୁଳିରଞ୍ଜନ ଦାସ, ମନୋଜ ସାହୁ, ରଞ୍ଜନ କୁମାର ପଣ୍ଡା, ମାନସ ରଞ୍ଜନ ମହାନ୍ତି, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଇତିହାସ ଲେଙ୍କା, ଅନନ୍ତ ବଲ୍ଲଭ ଶତପଥୀ, ବ୍ରଜସୁନ୍ଦର ରାଉତ, ଅଞ୍ଜନା ମହାନ୍ତି, ରେଣୁବାଳା ସାମଲ, ସୁବାଷ ରାଉତ, ଅକ୍ଷୟ କୁମାର ସ୍ୱାଇଁ, ସୁଧାଂଶୁ ଶେଖର ମହାପାତ୍ର, ଅଧିକାରୀ ପ୍ରଭାତ କୁମାର ଦାସ, ବୀରେନ୍ଦ୍ର ଦାସ ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ