ଅଦିନରେ ତାଳ ଫଳିବା ନେଇ ଚର୍ଚ୍ଚା
ନିମାପଡ଼ା,(ସନ୍ତୋଷ କୁମାର ଦାଶ):ଏବେ ଆଉ ଋତୁ ଚକ୍ର ଠିକ ଭାବେ ହେଉ ନାହିଁ। ମାଘ ମାସ ରେ ଖଇ ଫୁଟା ତାତି। ଜନ ସାଧାରଣ ଅସ୍ତବ୍ୟସ୍ତ।ଚୈତ୍ର ମାସ ରେ ସାଧାରଣତଃ ତାଳ ଫଳିଥାଏ। ଋତୁ ଚକ୍ର ବିଗିଡି ଯାଇଛି। ଏବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ସଭାମଣ୍ଡପ ରାସ୍ତା ର କେନାଲ ବନ୍ଧ ରେ ଅଦିନରେ ତାଳ ଫଳିଥିବା ଦେଖିବାକୁ ମିଳିଛି। ଅଦିନ ରେ ତାଳ ଫଳି ଥିବାରୁ କିଛି ବ୍ୟକ୍ତି ତାଳ ତୋଳି ଚାରିଛକ – କାକଟପୁର ମୁଖ୍ୟ ରାସ୍ତା କଡ଼ରେ ବସି ତାଳ ସଜ କାଟି ବିକ୍ରି କରୁଛନ୍ତି। ସଜ ଗୋଟିକ ୫ ଟଙ୍କା ଦର ରେ ବିକ୍ରି ହେଉଛି। ଅଦିନ ରେ ତାଳ ସଜ ଦେଖି ଯାତ୍ରୀ,ପର୍ଯ୍ୟଟକ ମାନେ ମନ ଆନନ୍ଦ ରେ କିଣି ଖାଉଛନ୍ତି। ତାଳ ସଜ ଖାଇ ଯାତ୍ରୀ ମାନେ ଖୁସି ହେଉଥିବା ବେଳେ ଲୋକ ମାନେ କୁହା କୁହି ହେଉଛନ୍ତି ଅଦିନେ ଫଳିଲା ତାଳ…ପୁରିଲାଣି ଏବେ କାଳ। ଅଦିନ ରେ ତାଳ ଫଳିବାକୁ ନେଇ ସାଧାରଣରେ ନା ନା ଚର୍ଚ୍ଚା ଜୋର ଧରିଛି।