ଅଦିନିଆ ବର୍ଷା ରେ ଧାନ ଓ ପନିପରିବା ଚାଷ ନଷ୍ଟ,ଧାନ କ୍ଷେତରେ ବିଧାୟକ
ଶେରଗଡ, (ଅନୀଲ କୁମାର ପଣ୍ଡା):ଲଗାତାର ଅଦିନିଆ ବର୍ଷା ଚାଷୀ କୂଳ କୁ ସର୍ବସ୍ବାନ୍ତ କରିଦେଈଛି। ଏହି ଅଦିନିଆ ବର୍ଷା ରେ ଚାଷୀ କୂଳର ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଅଦିନିଆ ବର୍ଷାରେ ହୋଈଥିବା କ୍ଷୟକ୍ଷତି କୁ ଦେଖିବା ଲାଗି ଆଜି ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଆସି ଶେରଗଡ ମିନି ଷ୍ଟାଡିୟମ ରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଦିନ ପ୍ରାୟ ୧୨ ଟା ବେଳେ ଅବତରଣ କରିଥିଲେ। ନିଜ ଦଳର ସୁପ୍ରିମୋ ଙ୍କୁ ଦେଖିବା ଲାଗି ଆଜି ଅଞ୍ଚଳର ବହୁ କର୍ମୀ, ମହିଳା, ପୁରୁଷ ଏକତ୍ରିତ ହୋଈଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ସ୍ବାଗତ କରିବା ଲାଗି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କେଶରୀ ପଣ୍ଡା, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅଞ୍ଜଳି ସ୍ବାଈଁ, ବ୍ରହ୍ମପୁର ମେୟର ଶ୍ରୀମତି ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଡେପୁଟି ମେୟର ଈ.ବିବେକ ରେଡ୍ଡୀ, ଆସିକା ବିଜେଡି ସାଂସଦ ପ୍ରାର୍ଥୀନି ଶ୍ରୀମତି ରଞ୍ଜିତା ସାହୁ,ବରିଷ୍ଠ ବିଜେଡି ନେତା ସୁବାଷ ମହାରଣା ଉପସ୍ଥିତ ଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ନିଜର ପ୍ରିୟ ନେତା ନିଜ ଜିଲ୍ଲା ତଥା ଅଞ୍ଚଳ ଗସ୍ତରେ ଆସୁଥିବା ହେତୁ ତାଙ୍କୁ ଦେଖିବା ଲାଗି ଆବାଳବୃଦ୍ଧବନିତା ସମସ୍ତେ ମିନି ଷ୍ଟାଡିୟମରେ ରୁଣ୍ଡ ହୋଇଥିଲେ। ମାନ୍ୟବର ବିଧାୟକ ଦଳୀୟ କର୍ମୀ ଓ ନେତା ଙ୍କ ଠାରୁ ପୁଷ୍ପଗୁଚ୍ଛ ଗ୍ରହଣ କରି ଶେରଗଡ ଚାରି ଛକରେ ଥିବା ନିଜ ବାପାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ତାକରଡା ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ ଏବଂ କ୍ଷତିଗ୍ରସ୍ତ ଜମିକୁ ବୁଲି ଦେଖିଥିଲେ। ଲୋକଙ୍କ ସ୍ବର କୁ ବିଧାନସଭା ରେ ସ୍ବର ଉତ୍ତୋଳନ କରିବି ଏବଂ ଚାଷୀଙ୍କ ହକ ପ୍ରଦାନ କରିବାକୁ ଦାବି କରିବି,ଏହା ସହ ବିଜେଡି ସବୁବେଳେ କୃଷକ ଙ୍କ ହିତ ସାଧନ ଲାଗି ଲଢେ଼ଇ କରି ଆସିଛି ଏବଂ ଆଗାମୀ ଦିନରେ କୃଷକ ଙ୍କ ସହିତ ବିଜେଡି ରହିଛି,କୃଷକ ଙ୍କ ନ୍ୟାର୍ଯ୍ୟ ଦାବି ଲାଗି ବିଜେଡି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ। ନିଜ ପ୍ରିୟ ନେତା ଙ୍କୁ ନିଜ ଗହଣରେ ପାଈ ସମସ୍ତେ ଭାବବିହ୍ବଳ ହୋଈପଡିଥିବା ଦେଖିବାକୁ ମିଳିଥିଲା। ବ୍ଲକ ବିଜେଡି ର ସମସ୍ତ କର୍ମକର୍ତ୍ତା ନିଜ ପ୍ରିୟ ନେତାଙ୍କ ସମସ୍ତ କାର୍ଯ୍ୟ କିପରି ସୂଚାରୁରୂପେ ସମାପନ ହେବ, ସେଥିଲାଗି ତତ୍ପର ଦେଖିବାକୁ ମିଳିଥିଲା। ଆଜିର ଏହି ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠି,ସ୍ଥାନୀୟ ତହସିଲଦାର ତ୍ରିଦେବ ରଥ,ବିଡ଼ିଓ ଶିବାଶିଷ ବରାଳ, ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ବିଧାୟକ ଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବିଧାୟକ ଙ୍କ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ, ବ୍ଲକ ବିଜେଡି ସଭାପତି ଶରତ ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ନେତା ହୀନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ନିବେଦିତା ପ୍ରଧାନ, ବରିଷ୍ଠ ନେତା ସମୀର ପ୍ରଧାନ, ଆତ୍ମା ର ଅଧ୍ୟକ୍ଷ ରଞ୍ଜନ ସେଠି ଙ୍କ ସହିତ ସମସ୍ତ ଦଳୀୟ ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର ଦଳୀୟ କର୍ମୀ ଉପସ୍ଥିତ ଥିଲେ।