ଅଦ୍ଭୁତ ଶିଶୁ: ୨ ମୁଣ୍ଡ, ୩ ହାତ

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ହସ୍ପିଟାଲରେ ଜଣେ ଅଦ୍ଭୁତ ଶିଶୁ ଜନ୍ମ ନେଇଛନ୍ତି । ଯାହାର ୨ଟି ମୁଣ୍ଡ ଏବଂ ୩ଟି ହାତୟ ଶିଶୁଟିକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଏବେ ଜନ୍ମିତ ଶିଶୁ ଏବଂ ମା’କୁ ଆଇସିୟୁରେ ରଖାଯାଇଛି । ସୂଚନାଯୋଗ୍ୟ, ରବିବାର ଗଞ୍ଜର ବାସୌଦା ଅଞ୍ଚଳରେ ୨୧ ବର୍ଷୀୟା ବବିତା ଅହିରୱାର ଏହି ଶିଶୁଟିକୁ ଜନ୍ମ ଦେଇଛନ୍ତି । ଏଭଳି ଶିଶୁ ବଞ୍ଚି ସାଧାରଣ ଜୀବନଯାପନ କରିବା ଅତ୍ୟନ୍ତ କଷ୍ଟ । ବବିତାଙ୍କ ବିବାହ ଦୁଇ ବର୍ଷ ପୂର୍ବେ ହୋଇଥିଲା । ଏହା ତାଙ୍କର ପ୍ରଥମ ସନ୍ତାନ । ପ୍ରସବ ପୂର୍ବରୁ ସେନୋଗ୍ରାଫିରେ ବବିତାଙ୍କ ଗର୍ଭରେ ଯାଆଁଳା ଶିଶୁ ଥିବା ଅନୁମାନ କରାଯାଉଥିଲା । ଏଭଳି ଶିଶୁ ଲକ୍ଷେରେ ଗୋଟିଏ ଜନ୍ମ ନିଅନ୍ତି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ