ଅଧ୍ୟାପକ ଡା. ହୃଷୀକେଶ ମିଶ୍ର ସମ୍ମାନିତ
ସୋରଡ଼ା,(ରଜନୀ ମହାପାତ୍ର)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଶିବିରର ୫୫ ତମ ପ୍ରତିଷ୍ଠା ଉତ୍ସବରେ ସୋରଡା ଋଷିକୁଲ୍ୟ ଡିଗ୍ରୀ କଲେଜ ଅଧ୍ୟାପକ ଡା ହୃଷୀକେଶ ମିଶ୍ର ସମ୍ମାନିତ ହୋଇଛନ୍ତି। ବିଶ୍ଵ ବିଦ୍ୟାଳୟ କୁଳସଚିବା ଡା ସଚିଦାନନ୍ଦ ନାୟକଙ୍କ ସଭାପତିତ୍ଵ ରେ ଆୟୋଜିତ ସମ୍ମାନିତ ଉତ୍ସବରେ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୨୨ଟି ସ୍ନାତକ ମହାବିଦ୍ୟାଳୟ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ୨୦୨୩-୨୪ ବର୍ଷର ଉକୃଷ୍ଟ ସେବା ପାଇଁ ସମ୍ମାନିତ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ବିଭାଗୀୟ ସେବା ପାଇଁ ସମ୍ମାନିତ କରଯାଉଥିବା ବେଳେ ସୋରଡା ଋଷିକୁଲ୍ୟ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡା ହୃଷୀକେଶ ମିଶ୍ରଙ୍କୁ ଶ୍ରେଷ୍ଠ କାର୍ଯ୍ୟ କ୍ରମ ଅଧିକାରୀ ଭାବେ ସମ୍ମାନିତ କରାଯାଇଛି। ଏହି ଯୋଜନା ମାଧ୍ୟମରେ ସେ ବିଭିନ୍ନ ସେବା ଶିବିର ମାଧ୍ୟମରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବହୁ ସଚେତନତା ମୂଳକ କାର୍ଯ୍ୟ କ୍ରମ ଆୟୋଜନ କରିବାରେ ସଫଳ ହୋଇଛନ୍ତି ଏହି ସମ୍ମାନ ପାଇବା ପରେ କଲେଜ ଅଧକ୍ଷ୍ୟଙ୍କ ସମେତ ଅଞ୍ଚଳ ବସି ଅଧ୍ୟାପକ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।