ଅଧ୍ୟାପକ ପାଇଲେ ରାଷ୍ଟ୍ରଦୀପ ପ୍ରାବନ୍ଧିକ ସମ୍ମାନ
କଟକ,(ୱାଇଏନଏସ):ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଆୟୋଜିତ ରାଷ୍ଟ୍ରଦୀପ ପତ୍ରିକାର ବାର୍ଷିକ ଉତ୍ସବ କଟକ ନିକଟସ୍ଥ ସାରଳା ଭବନ ରେଅନୁଷ୍ଠିତ ହୋଇ ଯାଇଛି। ଏହି ସାରସ୍ବତ ସମାରୋହ
ରେ ଅଧ୍ୟାପକ ସୌଭାଗ୍ୟ ରଞ୍ଜନ ମହାପାତ୍ର ଙ୍କୁ ତାଙ୍କ ଉତ୍କୃଷ୍ଟ
ପ୍ରବନ୍ଧ ସାହିତ୍ୟ ରଚନା ଯୋଗୁଁ ଶ୍ରେଷ୍ଠ ଲଘୁ ନିବନ୍ଧକାର୍
ସମ୍ମାନ ରେ ସମ୍ମାନିତ କରାଯାଇଛି।ଶ୍ରୀ ସୌଭାଗ୍ୟ ରାଷ୍ଟ୍ର ଦୀପ ପତ୍ରିକା ରେ ବିଭିନ୍ନ ଐତିହ୍ୟ, ପରମ୍ପରା, ପର୍ବ ପର୍ବାଣୀ ଉପରେ ଲେଖନୀ ଚାଳନା କରି ଜନ ମାନସ ଆଗରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମୁଖ୍ୟତଃ ଓଡ଼ିଶା ର ପଶ୍ଚିମାଞ୍ଚଳ ରେ ଲୁକ୍କାୟିତ ହେଇ ରହି ଯାଉଥିବା ଐତିହ୍ୟ ଇତିହାସ କୁ ରାଷ୍ଟ୍ର ଦୀପ ପତ୍ରିକା ରେ ପ୍ରକାଶିତ କରି ସେ ମାତୃପ୍ରୀତି ର ପରିଚୟ ଦେଉଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ୍ ସି ବି ମେଡିକାଲ କଲେଜର ଅବସର ପ୍ରାପ୍ତ ପ୍ରଫେସର୍ ଡାକ୍ତର ତଥା ସମାଜସେବୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ଓ ମୁଖ୍ୟ
ବକ୍ତା ଭାବେ ସ୍ବୟଂ ସେବକ ସଂଘ ପୂର୍ବ କ୍ଷେତ୍ର ପ୍ରମୁଖ ଶ୍ରୀଯୁକ୍ତ ବିଦ୍ୟୁତ୍ ମୁଖାର୍ଜୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଅଧିବକ୍ତା ଅନୁପ କୁମାର ବୋଷ ଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ସମାଜ ସେବୀ ଏଵଂ ସାହିତ୍ୟିକ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଥାଉ କି ଅଧ୍ୟାପକ ସୌଭାଗ୍ୟ ବିଭିନ୍ନ ପତ୍ର ପତ୍ରିକାରେ ଶତାଧିକ ପ୍ରବନ୍ଧ ରଚନା କରି ବିଭିନ୍ନ ଅନୁଷ୍ଠାନ ଦ୍ବାରା ସମ୍ମାନୀତ ଓ ସମ୍ବର୍ଦ୍ଧିତ ହେଇସାରିଛନ୍ତି।