ଚୂଡାନ୍ତ ପର୍ଯ୍ୟାୟରେ ସୁନାପୁର ବେଳାଭୂମି ମହୋତ୍ସବ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବ୍ଲକ ସୁନାପୁର ବେଳାଭୂମି ରେ ଆସନ୍ତା ଫେବୃଆରୀ ତିନି ତାରିଖ ରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ବେଳାଭୂମି ମୋହଛବ ଅନୁଷ୍ଠିତ ହେବ.ଏ ନେଇ ଇକୋ ରି ଟ୍ରିଟ କନଫରନ୍ସ ହାଲ ରେ ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆ ଯାଇଛି.ଅଞ୍ଚଳ ର ବିଭିନ୍ନ ଗ୍ରାମ ରେ ରହିଥିବା ଲୋକ ନୃତ୍ୟ,ଲୋକ କଳା,ପ୍ରସ୍ଫୁଟିତ କଳା ପ୍ରଦର୍ଶନ ପାଇଁ ଗୁରୁତ୍ୱାରୋପ କରାଯାଇଛି.ଏତଦ ବ୍ୟତୀତ ରାଜ୍ୟ ର ବହୁ ପ୍ରତିଷ୍ଠିତ କଳାକାର ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି.ମାନ୍ୟବର ବାଚସ୍ପତି ଙ୍କ ସମେତ ବିଭିନ୍ନ ବିଭାଗ ର ମନ୍ତ୍ରୀ,ଜିଲ୍ଲା ର ସମସ୍ତ ବିଧାୟକ ଓ ଅନ୍ୟାନ୍ୟ ବିଧାୟକ ଯୋଗ ଦେଇ ବକ୍ତବ୍ୟ ରଖିବେ.ତିନି ତାରିଖ ଦିନ ଚିକିଟି ବ୍ଲକ ମା ବାଳକୁମାରୀ,ବଗଳାମୁଖି,ପାତ୍ରପୁର ବ୍ଲକ ମାକୁଠାରୀଶ୍ୱରୀ,ପଶ୍ଚିମେଶ୍ବରୀ ଏବଂ ସୁନାପୁର ସ୍ଥିତ ମା ଫୁଲକାଶୁଣି ପାଞ୍ଚ ଠାକୁରାଣୀ ଙ୍କ ଆଜ୍ଞା ମାଳ ଅଣାଯାଇ ସୁରଳ ଜଙ୍ଗସନ ଠାରୁ ମାରାଥନ କାର୍ଯ୍ୟକ୍ରମ କରାଯିବ ବୋଲି ମାନ୍ୟବର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା କହିଛନ୍ତି.ଦେଶ ର ବହୁ ପ୍ରତିଷ୍ଠିତ ଗାୟିକା ଅରୁଣିତା କାଞ୍ଜିଲାଲ ଯୋଗ ଦେବା ର କାର୍ଯ୍ୟକ୍ରମ ରହିଥିବା ବେଳେ ବିଶେଷ କରି ଯୁବ ଗୋଷ୍ଠୀ ଙ୍କ ମନ ମୋହିବେ ବୋଲି ଆୟୋଜକ ଙ୍କ ତରଫରୁ ସୂଚନା ଦିଆଯାଇଛି.ଜିଲ୍ଲାପାଳ ଭି.କୀର୍ତ୍ତି ଭାଷନ,ଉପଜିଲ୍ଲାପାଳ ଅବିନାଶ କୁମାର,ଡି ଆଇ ପି ଆର ଓ ସୋର ପ୍ରଧାନ,ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା,ବିଡ଼ିଓ ବିବେକାନନ୍ଦ ମିଶ୍ର,ତହସିଲଦାର ବିଶ୍ୱ ରଞ୍ଜନ କଁହର,ସମିତି ସଭ୍ୟ ଅମୁଲ୍ୟ ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହି ନିଜ ନିଜ ଦାୟିତ୍ୱ ସମ୍ପର୍କ ରେ କହିଥିଲେ.ତେଲୁଗୁ ସିନେମା ର ଶୀର୍ଷ ତାଲିକା ରେ ରହିଥିବା କମେଡି କଳାକାର ମୋହମ୍ମଦ ଅଲି କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ସାଜିବେ.ଅନ୍ୟ ପକ୍ଷରେ ଓଡିଶା ର ସୁନାମ ଧନ୍ୟ ଗାୟିକା ଅସୀମା ପଣ୍ଡା,ସୁଜ୍ଞାନୀ ମହାପାତ୍ର ମଧ୍ୟ ଓଡ଼ିଆ ଗୀତ ର ଲହରୀ ରେ ମଞ୍ଚ ପ୍ରକମ୍ପିତ କରିବେ.ଅନ୍ୟ ପକ୍ଷ ରେ ଜିଲ୍ଲା,ରାଜ୍ୟ ଓ ରାଜ୍ୟ ବାହାର,ଆଞ୍ଚଳିକ,ସରକାରୀ ଷ୍ଟାଲ ଗୁଡିକ ପର୍ଯ୍ୟଟକ ମାନଙ୍କ ଉଦ୍ଧେ ଶ୍ୟରେ ଖୋଲାଯିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେବା ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛି.


