ସହକାରୀ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଦହିପାଳସ୍ଥିତ ବିଚିତ୍ରାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ସେଠୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିମାଇଁ ଚରଣ ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପେଡାଗୋଜି ଜିଲ୍ଲା ସଂଯୋଜକ ତପନ କୁମାର ନନ୍ଦ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଏବିଇଓ ବାମଦେବ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଡାଏଟର ପ୍ରଜ୍ଞାଦୀପ୍ତି ସାହୁ, ପ୍ରାକ୍ତନ ବିଆରସିସି ପଦ୍ମଚରଣ ସାସମଲ, ଓଷ୍ଟାର ବ୍ଲକ ସଭାପତି ସୁକାନ୍ତ କୁମାର ଲେଙ୍କା,ବ୍ଲକ ସଂପାଦକ ହିମାଂଶୁ କୁମାର ମହାନ୍ତି, ସିଆରସିସି ଅକ୍ଷୟ କୁମାର ରାଉତ, ସରୋଜିନୀ ସାହୁ, ପିତାମ୍ବର ପରିଡା, ଜିତେନ୍ଦ୍ର ସେଠୀ, ମିଳିତ ଶିକ୍ଷକ ସଂଘର ସଭାପତି ଶାରଦା ପ୍ରସନ୍ନ ଓଝା, ଶିକ୍ଷକ ଆଶୁତୋଷ ପାଢୀ, ଗଜରାଜପୁରର ପ୍ରଧାନ ଶିକ୍ଷକ କୈଳାଶ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରୀତିରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ସେଠୀଙ୍କ ଶିକ୍ଷକତା ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅନ୍ୟାନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସେଠୀଙ୍କୁ ବିଭିନ୍ନ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ