ଅନନ୍ତଗୋପାଳ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅସିଆ ମୁଣ୍ଡା ସାହି ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତଗୋପାଳ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶିକ୍ଷାବିତ ବନବିହାରୀ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ହାଟଡ଼ିହି ବ୍ଳକ ଶିକ୍ଷାଧ୍ଵରୀ ଶ୍ରୀଯୁକ୍ତ ଧନେଶ୍ଵର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ କେନ୍ଦୁଝର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ଅତୁଲ କମାର ବଳ, ସମ୍ମାନିତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା, ଏବିଇଓ ସ୍ନେହଲତା ମହାରଣା, ଏବିଇଓ ପ୍ରମୋଦ କୁମାର ନାୟକ, ଶାସଙ୍ଗ ସି.ଆର.ସି.ସି ଅଞ୍ଜନ କୁମାର ଦାଶ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ଵାଇଁ, ଶିକ୍ଷାବିତ ଲକ୍ଷ୍ମୀଧର ସେଠୀ, ଆନନ୍ଦପୁର ଶିକ୍ଷକ ସଂଘ ସମ୍ପାଦକ ମଦନ ମୋହନ ମୁଦୁଲି, ବିଦ୍ୟାଳୟ କମିଟି ସଭାପତି ରେଡ଼ୁ ହୋ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ କେବଳ ଜଣେ ଶିକ୍ଷକ ନଥିଲେ ସେ ଜଣେ ଦୃଢ଼ ସଂଗଠକ ଥିଲେ। ୧୯୯୨ରୁ ୨୦୨୩ ମଧ୍ୟରେ ସେ ଆମ୍ବଗଡ଼ିଆ, କପୁଣ୍ଡି, ଛେନାପଦି, ହାତଡ଼ିହି, ଅସିଆ ପ୍ରଭୃତି ସ୍କୁଲରେ ଶିକ୍ଷକତା କରି ଅନେକ କୃତି ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ବିଦ୍ୟାଳୟରେ ଆଦିବାସୀ। ପିଲାମାନଙ୍କ ପାଇଁ ସେ ଆଲୋକ ବର୍ତ୍ତିକା ସାଜିଥିଲେ ବୋଲି ଅତିଥି ମାନେ ମତ ରଖିଥିଲେ। ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀକାନ୍ତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲଷ୍ମୀପ୍ରିୟା ଜେନା ମାନପତ୍ର ପାଠ କରିଥିଲେ। ଶିକ୍ଷକ ନିରାକାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ହେମନ୍ତ କୁମାର ସାମଲ, ଅକ୍ଷୟ ଖଟୁଆ, ପୂର୍ଣ୍ଣ ଚନ୍ଦ୍ର ପରିଡା, ସୁକାନ୍ତ ରାଉତ, ଶାନ୍ତନୁ ରାଉତ, ନିତ୍ୟାନନ୍ଦ ବାରିକ, ଆନନ୍ଦ ଚନ୍ଦ୍ର ସାହୁ, ନକୁଳ ରାଉତ, ପ୍ରଦୀପ ନାୟକ, ରାମକୃଷ୍ଣ ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ