ଅନନ୍ତ ଚରଣ ସ୍ମୃତି ସଂସଦର ସାରସତ୍ୱ ସମାରୋହ

ହାଟଡିହି, (ବିକାଶ ବିଶ୍ୱାଳ ) : ଅନନ୍ତ ଚରଣ ସ୍ମୃତି ସଂସଦ ଜଳସରପୁର, ଗେଡମା ର ପ୍ରଥମ ବାର୍ଷିକ ସାରସତ୍ୱ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବାସୁଦେବ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ତ୍ସମାରୋହରେ ମୁଖ୍ୟ ଅତିଥିଭାବେ ଡ. ନାରାୟଣ ସେନାପତି, ମୁଖ୍ୟବକ୍ତା ଭାବେ ହାଟଡିହି କଲେଜର ପୁର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ମଣିଷର ମୃତ୍ୟୁ ଘଟେ, କିନ୍ତୁ କର୍ମର କେବେ ମୃତ୍ୟୁ ନାହିଁ, ବରଂ କର୍ମପ୍ରବଣ ମଣିଷର ମୃତ୍ୟୁପରେ ଅନ୍ୟମାନେ ତାଙ୍କ କର୍ମକୁ ସବୁଦିନ ମନେରଖିବା ସହିତ ତାଙ୍କ କର୍ମକୁ ଅନୁକରଣ କରନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟ ସଂଗୀତ ନାକଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷାବିତ କୈଳାଶ ଚନ୍ଦ୍ର ପଣ୍ଡା, କବି ଡ. ଅଶୋକ ପୁହାଣ, ଅନାଦି ଚରଣ ଜେନା, ଲେଖକ ଗୋଲକ ଚନ୍ଦ୍ର ମହାନ୍ତିଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟକ ରତ୍ନାକର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ‘ସ୍ମୃତିରେ ଅନନ୍ତ’ ସ୍ମରଣୀକାକୁ ଅତିôତମାନେ ଲୋକର୍ପଣ କରିଥିଲେ । ସଂସଦର ସମ୍ପାଦକା ଆରତୀ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଶ୍ୱେତାଞ୍ଜଳୀ, ଶ୍ରଦ୍ଧାଞ୍ଜଳୀ, ମୋନାଲିସା, ଲୋପାମୁଦ୍ରା ଓ ପୁଣ୍ୟତୋୟା ପ୍ରମୁଖ ମାନପତ୍ର ପାଠ କରିଥିଲେ । ନାରାୟଣ ଚନ୍ଦ୍ର ନାୟକ, ନିତ୍ୟାନନ୍ଦ ନାୟକ, ନିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଭାତୀ ନାୟକ, ଗୌରୀ ନାୟକ, ସୁପ୍ରଭା ନାୟକ, ମଣୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମାରୋହ ଉତ୍ସବରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଲେଖକ ଇନ୍ଦ୍ରମଣୀ ସେଠୀ, କବି ବିଦ୍ୟୁତପ୍ରଭା ଦେଓ, ସୁବାସିନୀ ସାମଲ, ଜ୍ୟୋତ୍ସ୍ନାରାଣୀ ଦାସ, ସରଳା ମହାପାତ୍ର, କୁମୁଦୁନୀ ସାମଲ, ଶୁଭଦ୍ରା ସ୍ୱାଇଁ ପ୍ରମୁଖ କବି କବୟତ୍ରୀମାନେ ସ୍ୱରଚିତ କବିତାମାନ ଆବୃତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ