ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର (ଦେବଦତ୍ତ ମହାରଣା):ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଶନିବାର ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ପ୍ରତାପପୁର ସ୍ଥିତ ଆରଟି ବିଦ୍ୟାପୀଠ ରେ ଶିକ୍ଷୟତ୍ରୀ ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ । ବର୍ତ୍ତମାନ ସେ ପଦୋନ୍ନତି ପାଇ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀମତି ପାଣିଗ୍ରାହୀ ୧୯୮୩ ମସିହାରେ କାର୍ଯ୍ୟରେ ଯୋଗ ଦେଇ ବିଭିନ୍ନ ସ୍କୁଲରେ ନିଜର କାର୍ଯ୍ୟ ସୁଚାରୁ ରୁପେ ସଂପାଦନ କରି ଆସିଛନ୍ତି । ତେବେ ଆଜି ସେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ବିଦ୍ୟାଳୟର ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ଅରୁଣ କୁମାର ମାନସିଂ, ଜଗଦୀଶ ଚନ୍ଦ୍ର ପଲାଇ, ବିଦ୍ୟାଧର ଦାଶ, ଦେବସ୍ମିତା ମହାନ୍ତି, ଅଞ୍ଜନା ଶ୍ରୀ ବାଡତ୍ୟାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ