“ଲାଇଫ୍‌” ଏ ଟ୍ରୁ ବ୍ଲେସିଙ୍ଗ କ୍ଷୁଦ୍ର ଚଳଚିତ୍ରରେ ନିର୍ଦ୍ଦେଶନା ଦେଲେ ଛତ୍ରପୁରର ବିଜୟ

ଛତ୍ରପୁର (ଦେବଦତ୍ତ ମହାରଣା):ଶିଶୁ କନ୍ୟା, ସମାଜରେ ନାରୀ ମାନଙ୍କ ଭୁମିକା ଓ ଜୀବନର ମହତ୍ୱ କୁ ନେଇ ତେଲଗୁ ଭାଷାରେ ଏକ କ୍ଷୁଦ୍ର ଚଳଚିତ୍ର “ଲାଇଫ” ଏ ଟ୍ରୁ ବ୍ଲେସିଙ୍ଗ ଗତକାଲି ହାଇଦ୍ରାବାଦ ଠାରେ ରିଲିଜ ହୋଇଯାଇଛି । ଏଥିରେ ନର୍ଦ୍ଦେଶନା ଦେଇଛନ୍ତି ଛତ୍ରପୁର କୋର୍ଟ ଷ୍ଟେସନ ସାହିର ବିଜୟ ଦାସ । ଆସନ୍ତା ଶୁକ୍ରୁବାର ଦିନ ତାଲିମ ଓ ମାଲାୟଲମ ଭାଷାରେ ଏହି ଚଳଚିତ୍ରଟି ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜୟ ସୂଚନା ଦେଇଛନ୍ତି । ଏହି ଚଳଚିତ୍ର ରେ ହାଇଦ୍ରାବଦର ରୁତିକ୍ ଅଭିନୟ କରିଥିବା ବେଳେ ଏହାକୁ ସିଲିମଙ୍କସ୍ ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକ ମାନେ ଦେଖିପାରିବେ । ଛତ୍ରପୁର ର ବିଜୟ ପୂର୍ବରୁ ଜନଗଣମନ ଓ ବି ହ୍ୟୁମାନ ଭଳି ବିଭିନ୍ନ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଏହା ସହ ପ୍ରାୟ ୭୦ ରୁ ୮୦ଟି କ୍ଷୁଦ୍ର ଚଳଚିତ୍ର ରେ ସେ କାମ କରିଛନ୍ତି ବୋଲି ବିଜୟ କହିଛନ୍ତି । ଆଗକୁ ଆହୁରି ବଡ ଚଳଚିତ୍ର ନିର୍ମାଣ କରିବାର ସେ ଆଶା ରଖିଛନ୍ତି । ଏହା ସହ ମୁମ୍ବାଇ ଓ ଆମେରିକା ଭଳି ବଡ ବଡ ଦେଶରେ ତାଙ୍କର ଏହି ନିର୍ଦ୍ଦେଶନା ପାଇଁ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ