ଅନୁପୁରରେ ହୀରକ ଜୁବିଲି ଉତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆଟିଲିମା ଠାରେ ମହା ଆଡ଼ମ୍ବର ସହକାରେ ପାଳନ ହେଲା ହୀରକ ଜୁବିଲି। ଅନୁପୁର ଗ୍ରାମର କାଥଳିକ ମଣ୍ଡଳୀ ବିଶ୍ବାସୀ ମାନଙ୍କର ୭୫ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୁବିଲି ଉତ୍ସବକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି। ହୀରକ ଯୁବଳି ଉତ୍ସବରେ ଅଞ୍ଚଳର ବିଭିନ୍ନ କାଥଲିକ ଧର୍ମାଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଚାରକ, ବେହେରା,ଅଧିକାରୀ ଏବଂ ବହୁ ସଂଖ୍ୟାରେ ବିଶ୍ବାସୀ ମନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଧର୍ମ ପ୍ରଦେଶର ଧାର୍ମାଧ୍ୟକ୍ଷ ବିଶପ ଡ.ଶରତ ଚନ୍ଦ୍ର ନାୟକ, ଆଟଲିମା ଧର୍ମା ଞ୍ଚଳର ମୁଖ୍ୟ ଯାଜକ ଫାଦେର ପ୍ରତାପ ନାୟକ, ସହକାରୀ ଜାଜକ ଫାଦେର ରାଜୀବ ନାୟକ ଏବଂ କାନସିୟାନ ସେବଭଗ୍ନି ଗଣ ପ୍ରମୁଖ ଯୋଗ ଦେଇ ଥିଲେ। ଅତିଥି ମାନଙ୍କୁ ଶୋଭାଯାତ୍ରା କରି ଦିବ୍ୟଯଜ୍ଞ ନିକଟକୁ ପାଛୋଟି ଆଣିଥିଲେ। ସେଥିରେ ମାଳା ପ୍ରାର୍ଥନା, ପତାକା ଉତ୍ତୋଳନ, ବିଶ୍ବାସୀ ମାନେ ପାପଶ୍ଵିକାର କରିବା ସହ ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ ବିଶପ। ହୀରକ ଜୁବିଲି ଉତ୍ସବରେ ଅନୁପୁର ମଣ୍ଡଳୀର ପ୍ରଚାରକ ଶିରେଲ ନାୟକ,ବେହେରା ଆଲୋକ କରାଡ଼, ଉପ ବେହେରା ରଚନା ପଲ୍ଟା ସିଂ ,ସମ୍ପାଦକ ସୁକାନ୍ତ ବିର, ଅଧିକାରୀ ମାନଜ ମଣ୍ଡଳ ନାୟକ,କୋଷାଧ୍ୟକ୍ଷ ଜ୍ୟୋତି ଦାଳଇ, ମାସଭ୍ୟା ମଧୁମିତା କରଡ଼, ଯୁବସଭାପତି ମିତୁଳ କରାଡ଼ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।


