ଅନୈତିକ ସଂମ୍ପର୍କ ସଂନ୍ଦେହରେ ଶାଶୁ ଓ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ମଣିଷର ସଂପର୍କ ହେଉଛି ଏକ ପବିତ୍ର ।ଏହି ପବିତ୍ର ସଂପର୍କ ମଧ୍ୟରେ ବିଷ ବଳୟ ରୁପକ ସଂନ୍ଦେହ ମିଶି ଗଲେ ଜୀବନ ଦୁର୍ବିପାକ ହୋଇଯାଏ । ଥରେ ସଂନ୍ଦେହ ମିଶି ଗଲେ ମଣିଷ କୁ ଯେତେ ବିଶ୍ୱାସ କରିଲେ ମଧ୍ୟ ମନରେ ସଂନ୍ଦେହ ହେବା ସ୍ୱାଭାବିକ । କିନ୍ତୁ ମୟୂରଭଞ୍ଜ ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଘଟିଛି ଯାହା ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ । ସ୍ତ୍ରୀ ଓ ଶାଶୁ ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ସଂନ୍ଦେହ କରି ସ୍ୱାମୀ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ । ଆଜି ଭୋର ସକାଳ ୬ ଘଣ୍ଟା ୩୦ ମିନିଟ୍ ସମୟରେ ଏଭଳି କାଣ୍ଡ ଘଟାଇଛି ସ୍ୱାମୀ । ଶାଶୁ ସୁନତି ମହାନ୍ତ ( ୪୦ ) ପୂର୍ଣ୍ଣଚନ୍ଦ୍ର ମହନ୍ତ (୫୦) କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସଇତାନ ସ୍ୱାମୀ । ଏହି ଘଟଣା ପରେ ମୋରଡା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ।ମୋରମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିବା ସହ ଅଧିକ ଖୋଳତାଡ କରୁଛି ପୋଲିସ । ଏହି ଭଳି ଅଭାବନୀୟ ଘଟଣା ୨ ଜଣଙ୍କୁ ହତ୍ୟା ପରେ ଏକ ଚାଞ୍ଚଲ୍ୟ କର ଘଟଣା ପରଦାକୁ ଆସିିଛି । ଗ୍ରାମବାସୀ ମାନଙ୍କ ତରଫରୁ ଅଭିଯୋଗ କରାଯାଇଛି ସ୍ୱାମୀ ରଜ ପୁର୍ବରୁ ତାଙ୍କ ଧର୍ମପତ୍ନୀ ଓ ଶାଶୁ ଙ୍କୁ ହତ୍ୟାକରିବା ପାଇଁ ଧମକ ଦେଇ ଟାଙ୍ଗିଆ ଧରି ହତ୍ୟା କରିବା ପାଇଁ ବୁଲୁଥିଲା । ଶାଶୁ ସୁନତ ମହାନ୍ତି ଏହି ଘଟଣା ପରେ ନିକଟସ୍ଥ ଥାନାରେ ଲିଖିତ ଆକାରରେ ଏଭଳି ସଂଗୀନ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏକଥାକୁ ଟିକିଏ ବି ଗୁରୁତର ଭାବେ ଗ୍ରହଣ ନକରି ଅଣଦେଖା କରିଥିଲା । ଗ୍ରାମବାସୀମାନଙ୍କ ତରଫରୁ ଅଭିଯୋଗ କରାଯାଇଛି ଯଦି ପୋଲିସ ଉଚିତ ପଦକ୍ଷେପ ଗ୍ରହଣ କରିଥାନ୍ତା ତେବେ ଦୁଇଟି ନିରିହ ଦୁଇଟି ମୁଲ୍ୟବାନ ଜୀବନ ବଞ୍ଚିଯାଇପାରିଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୋଲିସ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ