ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ୧୧ତମ ପ୍ରତିଷ୍ଠା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର ୧୧ତମ ପ୍ରତିଷ୍ଠା ଦିବାସ ପାଳିତ ହୋଇଯାଇଛି । ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ପ୍ରଣୋଜ ପଟ୍ଟନାୟକ ଓ ସଂଗଠନର ସଭାନେତ୍ରୀ ମଞ୍ଚୁଳା ଚୌଧୁରୀ ଉପସ୍ଥିତ ରହି କାଉନସିଲର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଏଥି ସହ ସମ୍ମାନିତ କାର୍ଯ୍ୟକ୍ରମ ହୋଇଥିଲେ । ଏଥିରେ ଦେବରାଜ ସାହୁ ଓ କେ.ସୀମାଞ୍ଚଳଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଗିରିଶ ପାଢୀ ଓ ରାମଚନ୍ଦ୍ର ପାଢୀ ସହଯୋଗ କରିବା ସହ ପରିଚାଳନା କରିଥିଲେ ।