ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ “ଆମ ପୋଷାକ ଆମ ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଆ ପକ୍ଷ ୨୯୨୬ ପାଳନ ଅବସରରେ ଆୟୋଜିତ ଆଲୋଚନା ସଭାରେ ତହସିଲଦାର ସନ୍ତୋଷ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।ଆୟୋଜିତ ସଭାରେ ତହସିଲଦାର ଉଦବୋଧନ ଦେଇ ଓଡ଼ିଶାର ଭାଷା,ସାହିତ୍ୟ,କଳା, ସଂସ୍କୃତି,ଐତିହ୍ୟ,ନୃତ୍ୟ,ସଙ୍ଗୀତ ଓ ପରମ୍ପରା କୁ ନେଇ ଆମେ ଗର୍ବିତ।ଏହାର ସଂରକ୍ଷଣ କରିବା ସହ ଏହାକୁ ବିଶ୍ବ ବିଦିତ କରାଇବା ହେଉଛି ଆମ ସମସ୍ତଙ୍କ କର୍ତ୍ତବ୍ୟ। ପାରମ୍ପରିକ ଓଡ଼ିଶା ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ ର ପ୍ରଚାର ପ୍ରସାର ପାଇଁ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ – ଆମ ପୋଷାକ ଆମ ପରିଚୟ ସମ୍ପର୍କିତ ବାର୍ତ୍ତା ସେ ପାଠ କରିଥିଲେ। ସମସ୍ତ ଜନସାଧାରଣ ଏବଂ କର୍ମଚାରୀ ବୃନ୍ଦ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିବାକୁ ସେ ତାଙ୍କ ଉଦବୋଧନରେ  ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, କାଳୀ ପ୍ରସାଦ ଧଳ,ତହସିଲ କାର୍ଯ୍ୟାଳୟ ସେକ୍ସନ ଅଧିକାରୀ ମୁରଲୀଧର ଦଳାଇ ଙ୍କ ସମେତ ବହୁ ସଂଖ୍ୟକ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ