ଅନ୍ତର୍ଜାତୀୟ ସ୍କୋପ ସମ୍ମିଳନୀରେ ଯୋଗ ଦେବେ ସୁନିଲ କୋଟା

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ମେକ୍ସିକୋ ସହରରେ ସେପ୍ଟେମ୍ବର ୨୬ ତାରିଖରେ ହେବାକୁ ଥିବା ସ୍କୋପ ସମ୍ମିଳନୀରେ ଭାରତୀୟ ଡାକ୍ତର ସୁନିଲ କୋଟା ଯୋଗ ଦେବା ସହ ନିଜର ମେଦବହୁଳତା ବିଷୟରେ ନିଜେ ଗବେଷଣା କରିଥିବା ତଥ୍ୟ ଉପରେ ବିଶ୍ୱବୃନ୍ଦ ସମ୍ମୁଖରେ ଉପସ୍ଥାପନା କରିବା ସହ ସମଗ୍ର ବିଶ୍ୱରୁ ଏହି ସମ୍ମିଳନୀରେ ୫୦ ଜଣ ଡାକ୍ତର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଭାରତ ମଧ୍ୟରେ ସୁନିଲ କୋଟା ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ବ୍ରହ୍ମପୁର ସ୍ଥିତ ଡାଇବେଟିସ୍ ଆଣ୍ଡ ଏଣ୍ଡାକେୟାର କ୍ଳିନିକର ଏଣ୍ଡୋକ୍ରାଇନୋଲୋଜିଷ୍ଟ ସୁନିଲ କୋଟା ସ୍କଲାରସିପରେ ପୁରସ୍କୃତ ହେବା ସହ ମେକ୍ସିକୋକୁ ଆମନ୍ତ୍ରିତ ହୋଇଛନ୍ତି । ଦେଶରେ ମେଦ ବହୁଳତା ବୃଦ୍ଧି ପାଇବାରେ ଲାଗ୍ିଥିବା ବେଳେ ସେ ନିଜେ ଗବେଷଣା କରି ମେଦବହୂୁଳତା ସମ୍ବନ୍ଧୀୟ ୧୦ ଟି ବୈଜ୍ଞାନିକ ପ୍ରକାଶନ ଓ ୨ ଟି ଲେଖନ ଆଧାରରେ ସେ ପୁରସ୍କୃତ ହୋଇଛନ୍ତି । ଏହା ସହ ସେ ମଧୁମେହ ଓ ଉକ୍ତ ରକ୍ତଚାପ ଶଲ୍ୟ ଚିକିସ୍ରା ଦ୍ୱାରା ଗବେଷଣା କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ବିଭିନ୍ନ ସମୟରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ମିଳିଥିବା ସୁଚନା ଅନୁଯାୟୀ ବିଶ୍ୱରେ ୧୯୦ କୋଟି ବୟସ୍କ ବ୍ୟକ୍ତି ମଧ୍ୟରୁ ୬୫ କୋଟି ବ୍ୟକ୍ତି ମେଦବହୁଳତାର ଶୀକାର ହୋଇଛ୍ନ୍ତି । ସେହିପରି ଭାରତ ବର୍ଷରେ ୧୪ କୋଟିରୁ ଅଧିକ ଲୋକ ମେଦବହୁଳତାର ଶୀକାର ହୋଇଥାନ୍ତି । ପିଲା ଦିନରୁ ମେଦବହୁଳତା ମାତ୍ରା ବୃଦ୍ଧି ପାଉଥିବାରୁ ଜୀବନଶୈଳୀ ଅବ୍ୟବସ୍ଥା ଜ୍ନୀତ ମଧୁମେହ ,ରକ୍ତଚାପ ଆଦି ଅଳ୍ପ ବୟସରେ ଦେଖାଯାଉଅଛି । ଏହି ସମ୍ମିଳନୀରେ ଦେଶର ୫୦ ଜଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ୨୫ ଜଣ ସ୍କୋଲାର ସିପ ପାଇଁ ମନୋନୀତ ହୋଇଛନ୍ତି । ଏହି ସ୍କଲାରସିପ୍ ଦ୍ୱାରା ଆନ୍ତରାଷ୍ଟ୍ରିୟ ଯାତ୍ରା ସମ୍ମିଳନୀରେ ପଞ୍ଜିକରଣ ଏବଂ ରହଣୀ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ଦେଶରେ ଦିନକୁ ଦିନ ମେଦବହୁଳତା ବୃଦ୍ଧି ପାଉଥିବାରୁ ଏହାର ସମାଧାନ ପାଇଁ ପ୍ରତିବର୍ଷ ଲଣ୍ଡନସ୍ଥିତ ବିଶ୍ୱ ମେଦବହୁଳତା ମହାସଂଘ ଦ୍ୱାରା ପ୍ରତିବର୍ଷ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ । ଏହି ଆୟୋଜିତ ସମ୍ମିିଳନୀରେ ମେଦବହୁଳତାର ଜଟିଳତା ଓ ତାହାର ନିରାକରଣ ପାଇଁ ପ୍ରତିବର୍ଷ ଏହି ସମ୍ମିଳନୀ ଆୟୋଜନ କରାଯାଇଥାଏ । ଏହା ଦ୍ୱାରା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଡାକ୍ତର ମାନେ ନୂତନ ଚିକିସ୍ରା ପଦ୍ଧତି ବିସୟରେ ଅବଗତ ହୋଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ