ଅନ୍ତର୍ଜାତୀୟ ହାକାଥନ୍ରେ ସି.ଭି. ରମଣ କଲେଜ ଛାତ୍ର ଶୁଭମ ଦିବେକାର ପ୍ରଥମ

ନୂଆଦିଲ୍ଲୀ : ଆଇଆଇଟି, ମାଡ୍ରାସଠାରେ ଅନୁଷ୍ଠିତ ହୋଇଯାଇଥିବା ଭାରତ- ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍ରେ ସି.ଭି.ରମଣ କଲେଜର ଇଲାକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ବିଭାଗର ୪ର୍ଥ ବର୍ଷର ଛାତ୍ର ଶୁଭମ ଦିବେକାରଙ୍କର ଗ୍ରୁପ ଡେଡ଼୍ସେକ୍ ବିଜୟୀ ହାଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ସେ ପୁରସ୍କାର ଗ୍ରହଣ କରିଛନ୍ତି । ଶ୍ରୀ ଶୁଭମ ଚଳିତବର୍ଷ ସର୍ବଭାରତୀୟ ହାକାଥନ୍ରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଭାରତ-ସିଙ୍ଗାପୁର ଅର୍ନ୍ତଜାତୀୟ ହାକାଥନ୍ରେ ଏକ ସ୍ୱତନ୍ତ୍ର ଗ୍ରୁପରେ ସ୍ଥାନ ପାଇଥିଲେ । ଏହି ସ୍ୱତନ୍ତ୍ର ଗ୍ରୁପରେ ଦିବେକାରଙ୍କ ସହିତ ସିଙ୍ଗାପୁରରଟାନ ମିଙ୍ଗକାଇମିସେଲ୍, ଜେରାଲା, ବ୍ରାଏନ୍ଲିମ୍ୟୁକିଆଙ୍ଗ୍ ଏବଂ ଭାରତର ଶ୍ “ତୋ କବି, ବୈଭବ କୁମାର ମଧ୍ୟ ସ୍ଥାନ ପାଇଥିଲେ । ଏହି ଗ୍ରୁଫ୍ଟି ଇନଡୋର ଏୟାର କ୍ୱାଲିଟିର ମେଜରମେଣ୍ଟ ଓ ପ୍ୟୁରିଫିକେସନ୍ ନିମନ୍ତେ ଏକ ସ୍ୱତନ୍ତ୍ର ଚିପ୍ସ ନିର୍ମାଣ କରି ତାହାର ଜ୍ଞାନ କୌଶଳକୁ ପ୍ରଦର୍ଶନ କରିଥିଲେ, ଯାହା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହାଇଥିଲା । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏଆଇସିଟିର ଚେୟାରମ୍ୟାନ ଅନିଲ କୁମାର ସହସ୍ରେବୁଧେ ଏହି ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରିଥିଲେ । କଲେଜର ଚେୟାରମ୍ୟାନ ସଂଜୀବ କୁମାର ରାଉତ ସଫଳତା ପାଇଁ ଶୁଭମଙ୍କୁ ଶୁଭେଚ୍ଛା ଜଣେଇବା ସହିତ ଇଲୋକ୍ରୋଟନିକ୍ସ୍ ଓ ଟେଲିକମ୍ୟୁନିକେସନ ବିଭାଗର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ