ଅପମାନ ସହ୍ୟ କରି ନ ପାରି ଆତ୍ମହତ୍ୟା କଲାଶାଶୁ

ଗଞ୍ଜାମ, (ବିନୋଦପଲେଇ):ସୁନା ଗହଣା ଫେରାଇବା ଦାବି ନେଇ ଯୌତୁକ ନିର୍ଯ୍ୟାତନା ର ଶିକାର ହୋଇ ଘର ଛାଡିଥିବା ତନ୍ମୟି ଶଶୁର ଘରେ ଗତ କାଲି ଦେଇଥିବା ଘଟଣା ଭିନ୍ନ ମୋଡ଼ ନେଇଛି। ଲୋକ ଲଜ୍ୟା ସହିନପାରି ଶାଶୁ ଆତ୍ମହତ୍ୟା କରିଛନ୍ତି। ଯାହା ଅଞ୍ଚଳରେ ଚର୍ଚ୍ଚା ହେବା ସହ ଦୁଃଖଦ ଭଳି ଘଟଣା ଦେଖିବାକୁ ମିଳିଛି। ଗଞ୍ଜାମ ସହରରେ। ଗଞ୍ଜାମ ସହରର ଦୁଇ ନମ୍ବର ୱାର୍ଡର ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡାଙ୍କଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ପୁଅ ସୁଜିତ ପଣ୍ଡା ପୁରୁଷୋତ୍ତମ ଥାନା ଅନ୍ତର୍ଗତ ରଣଝାଲି ଗ୍ରାମର ଗୋପଳ ପଣ୍ଡାଙ୍କ ଝିଅ ତନ୍ମୟି ପଣ୍ଡାଙ୍କୁ ୨୦୨୧ ମସିହା ୧୮ ତାରିଖରେ ବିବାହ କରିଥିଲେ। ବିବାହ କରିବା ସମୟରେ ଯୌତୁକ ବାବଦରେ ୨୦ ଭାରି ସୁନାଗହଣା ଓ ଅନ୍ୟାନ୍ୟ ଆବାସପତ୍ର ଓ ନଗଦ ଟାଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଆଣିବା ପାଇଁ ଶଶୁର ଘର ଲୋକେ ଚାପ ପକାଇବା ଏବଂ ଘରରୁ ବାହାର କରିଦେବା ନେଇ ଅଭିଯୋଗ କରିବା ସହ ମାନସିକ ଚାପରେ ରହୁଥିଲେ ଚିନ୍ମୟି। ଏନେଇ ୨୪.୧୦.୨୧ରେ ମହିଳା ଥାନାରେ ଏତଲା ଦେବା ସହ କେଶ ନମ୍ବର ୧୩୨/୨୦୨୧ ରୁଜୁହୋଇ କୋର୍ଟରେ ବିଚରାଧୀନ ଥିବା ବେଳେ ଗତକାଲି ବୋହୁ ଚିନ୍ମୟି ୨୦ ତୋଳା ସୁନାଗହଣା ଫେରାଇବା ଦାବିରେ ନିଜର ଆଇଙ୍କୁ ନେଇ ଶଶୁରଙ୍କ ଘରେ ଧାରଣା ରେ ବସିଥିବା ବେଳେ ଗଂଜାମ ଥାନା ପକ୍ଷରୁ ଉଭୟଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ସୁଣିନଥିଲେ। ଶଶୁର ଘର ଲୋକେ ସୁନାବୋହୂ ନେଇଯାଇଥିବା କହିଥିବା ବେଳେ , ବୋହୁ ଏହାକୁ ମାଣିନଥିଲେ। ଧାରଣା ଆରମ୍ଭ କରିଦେଇଥିଲେ। ଏହା ପ୍ରଚାର ହେବା ମାତ୍ରେ ଲୋକଙ୍କ ଭିଡ଼ ଜାଣିଥିଲା ଘଟଣା ସ୍ଥଳରେ। ଏନେଇ ଶଶୁର ଗଞ୍ଜାମ ଥାନାରେ ଅବଗତ କରାଇଥିଲେ। ଲୋକ ଲଜ୍ୟାକୁ ସହି ନ ପାରି ଶାଶୁ ଶୁଶୁମା ପଣ୍ଡା (୬୧) ଶୌଚଳ ସଫା ପାଇଁ ଥିବା ଫିନାଇଲ ପିଇଡେଇଥିଲେ ଆଜି ଭୋର ସମୟରେ। ଏହା ଜାଣିପାରି ସ୍ୱାମୀ ଓ ବଡ଼ ପୁଅ ଏକ ଅଟୋ ସାହାଯ୍ୟ ରେ ପ୍ରଥମେ ଛତ୍ରପୁର ମେଡ଼ିକାଲ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡ଼ିକାଲ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପଟେ ଏହା ଜାଣିବା ପରେ ଧାରଣା ସ୍ଥଳରୁ ଧାରଣା ଦେଇଥିବା ବୋହୁ ତନ୍ମୟୀ ପଣ୍ଡା ଫେରାର ହୋଇଯାଇଛନ୍ତି l ଏନେଇ ରବିବାର ମୃତକଙ୍କ ପରିବାର ତରଫରୁ ବୋହୁ ଓ ଗଞ୍ଜାମ ଥାନା ଆଇଆଇସିଙ୍କ ଅବହେଳା ଯୋଗୁଁ ଲୋକ ଲଜ୍ୟା ସହି ନପାରି ଆତ୍ମହତ୍ୟା ପରି ଚରମସୀମା ପଦକ୍ଷେପ ନେଲେ ବୋଲି ଅଭିଯୋଗ କରିବା ସହ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବିଭିନ୍ନ ପ୍ରକାର ଅଶୀଳ ଭାଷାରେ ଗାଳିଗୁରାଜ କରିବା ନେଇ ଛତ୍ରପୁର ଏସ୍ଡ଼ିପିଓ ଗୌତମ କିଷାନଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି l ଆଜି ଶବ ବ୍ୟବଚ୍ଛେଦ ହେବା ପରେ ନିଜ ଘରକୁ ଶବ ଆସିବା ମାତ୍ରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳକୁ ଏସଡିପିଓ କିଷାନ , ଆଇଆଇସି ସୁଦୀପ୍ତ ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ପହଞ୍ଚି ସରଜମୀନ ତଦନ୍ତ ଆରମ୍ଭ କରିଛନ୍ତି।ଅନ୍ୟପଟେ ପୋଲିସ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଏସ୍ଡ଼ିପିଓ ଗୌତମ କିଷାନ ଖଣ୍ଡନ କରିଛନ୍ତି l ଧାରଣାରେ ବସିଥିବା ନେଇ ତାଙ୍କ ପୁଅ ଅଭିଯୋଗ କଲା ପରେ ପୋଲିସ ବାରମ୍ବାର ପେଟ୍ରୋଲିଙ୍ଗ କରିଥିଲା ଏମିତିକି ରାତ୍ର ପ୍ରାୟ ଦୁଇଟାରେ ମଧ୍ୟ ପୋଲିସ ଷ୍ଟାଫ ଯାଇ ତଦନ୍ତ କରିବା ସହ ସୁରକ୍ଷା ପ୍ରତି ସଜାଗ ଅଛି ବୋଲି କହିଥିବା ଏସ୍ଡ଼ିପିଓ କହିଛନ୍ତି l ଏନେଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି କେଶ ନ ୧୪୦/୨୨, ୧୪୧/୨୨ ରେ ମାମଲା ରୁଜୁ କରାଯାଇଛି l ତଦନ୍ତ ଜାରୀ ରହିଥିବା ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ