ଅପରେସନ ସମୁଦ୍ର ସେତୁ ଦ୍ଵିତୀୟ ପର୍ଜ୍ୟୟ
ନୂଆଦିଲ୍ଲୀ : ଭାରତୀୟ ନାଗରିକଙ୍କୁ ନେଇ ମାଲେରୁ ଆଇଏନଏସ ଜଳଶ୍ଵର ଯାତ୍ରାରମ୍ଭ ଅପରେସନ ସମୁଦ୍ର ସେତୁ କାର୍ୟ୍ୟକ୍ରମ ଅଧୀନରେ ଭାରତୀୟ ସାମୁଦ୍ରିକ ଜାହାଜ ଜଳଶ୍ଵ ଏହାର ଦ୍ଵିତୀୟ ଚରଣରେ ୫୮୮ ଭାରତୀୟ ନାଗରିକଙ୍କୁ ପ୍ରତ୍ୟାବର୍ତ୍ତନ କରାଇବା ଲାଗି ମାଳଦୀପର ମାଲେ ବନ୍ଦରରୁ ମେ’ ୧୫, ୨୦୨୦ରେ ଯାତ୍ରାରମ୍ଭ କରିଛି । ଏହା ଆମ ନାଗରିକମାନଙ୍କୁ ସମୁଦ୍ରପଥରେ ଦେଶକୁ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନାର ଅବଦାନ । ଏହି ୫୮୮ ଭାରତୀୟ ନାଗରିକଙ୍କ ମଧ୍ୟରେ ୬ ଜଣ ପ୍ରତ୍ୟାଶୀ ମା’ ଏବଂ ୨୧ ଜଣ ଶିଶୁ ଅନ୍ତର୍ଭୁକ୍ତ । ମାଲେରେ ୩୦-୪୦ ନଟ୍ ପର୍ଜ୍ୟନ୍ତ ବର୍ଷା ଏବଂ ପବନ ରହିଛି, ଜାହାଜ କର୍ମଚାରୀମାନେ ସବୁବେଳେ ସୁରକ୍ଷା ଏବଂ ଡାକ୍ତରୀ ପ୍ରୋଟୋକଲ ପାଳନ କରୁଥିବାବେଳେ ଯାତ୍ରୀମାନଙ୍କ ପାଇଁ ସମସ୍ତ ଔପଚାରିକତା ସଂପୂର୍ଣ୍ଣ ହୋଇଥିବା ସୁନିଶ୍ଚିତ କରିଥିଲେ । ପ୍ରତିକୂଳ ପାଣିପାଗ ଜାହାଜରେ ହେବାକୁଥିବା ଯୋଜନାବଦ୍ଧ ପ୍ରକ୍ରିୟା ଏବଂ ଆବଶ୍ୟକ ବିଭିନ୍ନ ପ୍ରାକ-ପ୍ରତ୍ୟାବର୍ତ୍ତନ କାର୍ଜ୍ୟକଳାପରେ ବାଧା ସୃଷ୍ଟି କରିଥିଲା ।


