ଅପହରଣ ଘଟଣାରେ ଦୁଇ ଗିରଫ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :ମାରଣାସ୍ତ୍ର ଦେଖାଇ ବ୍ୟକ୍ତିଙ୍କୁ ଅପହରଣ। ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅଞ୍ଚଳ ରେ ଘଟିଛି ଅଭାବନିୟ ଅଘଟଣ। ଗତ ୨୬ /୩ /୨0୨୨ ରିଖ ଗାଣ୍ଡୁ ସାହିର ସତ୍ୟଜିତ ଗିରି ନାମକ ଜଣେ ଇଟା ବେପାରି, ଇଟା ମିସ୍ତ୍ରୀ ଆଣିବାକୁ ପାନପତରିଆ ଗାଁକୁ ଯାଉଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ।ତାପରେ ରିଘା ଘାଟ ପାଖରେ ଥିବା ଝାରଖଣ୍ଡର ଏକ ପରିତ୍ୟକ୍ତ ଘରେ ରଖିଥିଲେ। ସେହି ଘରେ ଆଗରୁ ୮ /୧0ଜଣ ଆଗରୁ ସହଯୋଗି ଛପି ରହିଥିଲେ। ସେମାନେ ତାକୁ ଠେଙ୍ଗା, ଭୁଜାଲି ଇତ୍ୟାଦି ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଛଡାଇ ନେଇ ତାକୁ ମୁମୂର୍ଷ ଅବସ୍ଥାରେ ସେହି ସ୍ଥାନରେ ଛାଡି ଦେଇଥିଲେ। ଏହି ଘଟଣାରେ ଗୁରୁତର ବ୍ୟକ୍ତିଙ୍କ ପରିବାରଙ୍କ ତରଫରୁ ଥାନାରେ ଅଭିଯୋଗ ପରେ କେଶ ନମ୍ବର ୨୩ /୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍। ପ୍ରଥମେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ଜଣ ଆସାମୀ କୁ ଗିରଫ କରିବାରେ ସକ୍ଷମ ହୋଇଛି ଘାଗର ବେଡା ପୋଲିସ। ଉକ୍ତ ଆସାମୀ ମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଯଥା ଗୋଟିଏ ଦେଶୀ ପିସ୍ତଲ, ୨ ଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା ଓ ଗୋଟିଏ ହିରୋ ସିଡି ଡିଲକ୍ସ ବାଇକ ଜବତ କରାଯାଇ ସେମାନଙ୍କୁ ଆଜି କରଞ୍ଜିଆ କୋର୍ଟକୁ ଚାଲାଣ କରାଯାଇଛି ।