ଅଫିସର’ସ ଚଏସ୍ ବ୍ଲୁ ୫ମ ବର୍ଷ ପାଇଁ କଲିକତା ଫୁଟବଲ ଲିଗ ସହ ସମ୍ବନ୍ଧ ଜାରି
ଏଲାଇଡ ବ୍ଲେଣ୍ଡର୍ଷ ଏବଂ ଡିଷ୍ଟିଲର୍ସ ପ୍ରାଇଭେଟ ଲିମିଟେଡ (ଏବିଡି) ଏହାର ଅଫିସର’ସ ଚଏସ୍ ବ୍ଲୁ ସହିତ କଲିକତା ଫୁଟବଲ ଲିଗ’ର ସମ୍ବନ୍ଧ ଘୋଷଣା କରିଥିଲେ । ଲିଗ ସହିତ ସେମାନଙ୍କ ସମ୍ବନ୍ଧର ୫ମ ବର୍ଷ ଯେହେତୁ ପଶ୍ଚିମବଙ୍ଗ ରେ ସିଏଫଏଲ ନିରନ୍ତର ଭାବେ ସବୁଠାରୁ ଅଧିକ ଚାହିଦା ଥିବା ଫୁଟବଲ କାର୍ଯ୍ୟକ୍ରମ ହୋଇ ରହିଛି । ଭାଗୀଦାରୀର ଅଂଶ ଭାବରେ ଅଫିସର’ସ ଚଏସ୍ ବ୍ଲୁ ର ସମସ୍ତ ମୁଖ୍ୟ ଅନ-ଗ୍ରାଉଣ୍ଡ ଏବଂ ଅନ-ଏଇର କୋଲେଟରଲ ରେ ମଜଭୁତ ଉପସ୍ଥିତି ରହିବ । ଅଫିସର’ସ ଚଏସ୍ ବ୍ଲୁ ପ୍ରାଣବନ୍ତ ଏବଂ ସମଝଦାର ଗ୍ରାହକ ମାନଙ୍କ ପାଇଁ ଉଦ୍ଦିଷ୍ଟ । କଲିକତା ଫୁଟବଲ ଲିଗ ସହିତ ଏହା ର ସମ୍ବନ୍ଧ ମାଧ୍ୟମରେ ସୌଖୀନ ଫୁଟବଲ ଦର୍ଶକ ମାନଙ୍କ ସହିତ ଯୋଡି ହେବା ଏବଂ ସେମାନଙ୍କୁ ଆଉ ଏକ ସାନଦାର ଫୁଟବଲ ଋତୁ ପ୍ରଦାନ କରିବା ଅଫିସର’ସ ଚଏସ୍ ବ୍ଲୁ ର ଉଦ୍ଦେଶ୍ୟ ଅଟେ । ଏଲାଇଡ ବ୍ଲେଣ୍ଡର୍ଷ ଏବଂ ଡିଷ୍ଟିଲର୍ସ ପ୍ରାଇଭେଟ ଲିମିଟେଡ କିଶୋର ଆର. ଛାବଡିଆ ପ୍ରମୋଟ ହୋଇଥିବା କମ୍ପାନୀ ଅଟେ । କ୍ରମାନ୍ୱୟରେ ୫ ବର୍ଷ ହେଲା ବିଶ୍ୱର ସର୍ବାଧିକ ପରିମାଣରେ ବିକ୍ରି ହେଉଥିବା ୱିସ୍କି ଭାବେ ମୁକୁଟ ପିନ୍ଧିଥିବା ପ୍ରସିଦ୍ଧ ଅଫିସର’ସ ଚଏସ୍ ଏହାର ମୁଖ୍ୟ ବ୍ରାଣ୍ଡ ଅଟେ । ଅଫିସର’ସ ଚଏସ୍ ବ୍ଲୁ ୱିସ୍କି କ୍ୟରନ ପ୍ରିମିୟମ ବ୍ରାଣ୍ଡି, ଜଲି ରୋଜର ରାମ ଏବଂ ନିକଟରେ ଲଂଚ ହୋଇଥିବା ଷ୍ଟେରଲିଙ୍ଗ ରିଜର୍ଭ ପ୍ରିିମିୟମ ୱିସ୍କି ପୋର୍ଟଫୋଲିଓ ଅନ୍ତର୍ଭୁକ୍ତ କରେ । ୨୦୧୮-୧୯ ବଷ ର୍ପାଇଁ ୩୭.୩ଞ୍ଚ ମିଲିୟନ କେସର ପରିମାଣ ସହିତ ଏବିଡି ଭାରତର ତୃତୀୟ ବୃହତମ ସ୍ପିରିଟ କମ୍ପାନୀ ଅଟେ ଏବଂ ବିଗତ ୮ ବର୍ଷ ହେଲା ୧୦.୭% ର ସିଏଜିଆର୍ ରେ ବୃଦ୍ଧି ପାଉଥିବା କମ୍ପାନୀ ଭାରତର ଅନ୍ୟତମ କ୍ଷିପ୍ରତମ ବର୍ଦ୍ଧମାନ ସ୍ପିରିଟ କମ୍ପାନୀ ହୋଇପାରିଛି । ରାଷ୍ଟ୍ରୀୟ ସ୍ତରରେ ଏବିଡିର ଶକ୍ତିଶାଳୀ ବିକ୍ରି ଏବଂ ବଂଟନ ନେଟୱର୍କ ରହିଛି ଏବଂ ସାରା ଭାରତରେ ଏହାର ବିନିର୍ମାଣ ଆଧାର ରହିଛି, ଯେଉଁଥିରେ ୪୧ ଟି ବିନିର୍ମାଣ / ବଟଲିଙ୍ଗ ୟୁନିଟ ଅନ୍ତର୍ଭୁକ୍ତ ଅଟେ । ସାରା ଦେଶର ୨୭ ରାଜ୍ୟରେ ଏହାର ୧୪ ଟି ବିକ୍ରି ଅଫିସ ଅଛି ।


