ଟେକ୍ନୋ ଫ୍ୟାଟଂମ୍-୯ ଫୋନ ବଜାରରେ

ସ୍ମାର୍ଟଫୋନ ବଜାରରେ ୬୦୦୦ରୁ ୧୫୦୦୦ ମଧ୍ୟରେ ମୋବାଇଲ ଉପଲବ୍ଧ କରିବା ପାଇଁ ତିବ୍ର ପ୍ରତିଯୋଗିତା ଚାଲିଥିବା ବେଳେ ଟେକ୍ନୋ ପକ୍ଷରୁ କ୍ୟାମନ ଆଇ୪ ର ସଫଳତା ପରେ ଅତ୍ୟାଧୁନିକ କ୍ୟାମେରା ଓ ଅନ୍ୟାନ୍ୟ ଫିଚର ବିଶିଷ୍ଟ ଉଚ୍ଚ ମାନର ଫ୍ୟାଟଂମ୍-୯ ମୋବାଇଲ ଫୋନ ଫ୍ଲିପକାର୍ଟ ରେ ଉପଲବ୍ଧ କରାଯାଇଛି । ଟେକ୍ନୋ ଫ୍ୟାଟଂମ୍-୯ ଫୋନର ଦାମ ୧୪୯୯୯ ରଖାଯାଇଛି । ଏହି ଫୋନରେ ଇନ ଡିସପ୍ଲେ ଫିଙ୍ଗର ପ୍ରିଂଟ ସେନସର ଡୁଆଲ ଏଲଇଡି ଫ୍ରନ୍ଟ ଫ୍ଲାସ ଲାଇଟ ଇତ୍ୟାଦି ଫିଚର ଉପଲବ୍ଧ ଅଛି ଯାହା ଏହି ବର୍ଗର ଅନ୍ୟ ସ୍ମାର୍ଟଫୋନରେ ନାହିଁ । ଏତଦବ୍ୟତିତ ୬.୪ ଇଂଚ ଫୁଲ ଏଚଡି ପ୍ଲସ ଆମୋଲେଡ ଡିସପ୍ଲେ ବ୍ୟବହାର କରାଯାଇଛି । ଏହି ଫୋନର ଓଜନ ମାତ୍ର ୧୬୫ଗ୍ରାମ ଅଛି । ଯୁବବର୍ଗ କ୍ୟାମେରା ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଫ୍ୟାଟଂମ୍-୯ ରେ ୧୬ ମେଗାପିକ୍ସେଲ ପ୍ରାଇମେରି ସେନସର ଥାଇ ୩ଟି ପୃଷ୍ଟଭାଗ କ୍ୟାମେରା ଉପଲବ୍ଧ ଅଛି । ଏହି କ୍ୟାମେରାର ବିଶେଷତ୍ୱ ହେଇଛି ଯେ ଏହା ୯ ମେଗାପିକ୍ସେଲ ଡେପ୍ଥ ସେନସର ଏବଂ ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ ଲେନ୍ସ ସହ ଆସୁଅଛି ଯାହା ୧୨୦ଡିଗ୍ରୀ ରେ ଚିତ୍ରୋତଳନ କରିପାରିବ । ସେଲଫି ପାଇଁ ସମ୍ମୁଖରେ ୩୨ ମେଗାପିକ୍ସେଲ ର ଉଚ୍ଚ ମାନର କ୍ୟାମେରା ଉପଲବ୍ଧ ଅଛି । ଟେକ୍ନୋ ଫ୍ୟାଟଂମ୍ ଫୋନରେ ୩୫୦୦ଏମଏଏଚ ଶକ୍ତୀ ସମ୍ପନ୍ନ ବ୍ୟାଟେରୀ ଓ ୧୨ଏନଏମ ପ୍ରଯୁକ୍ତି ବିଶିଷ୍ଟ ଅକ୍ଟାକୋର ପ୍ରୋସେସର ବ୍ୟବହାର କରାଯାଇଛି । ସ୍ମାର୍ଟଫୋନ କୁ ଦୃତ ଓ ଅଧିକ କ୍ଷମତାଶାଳୀ ବନାଇ ପାରିଛି । ଆଣ୍ଡ୍ରଏଡ ୯.୦ପାଇ ରେ ଚାଲୁଥିବା ଏହି ଫୋନରେ ଗ୍ରାହକ ମାନଙ୍କର ଚାହିଦା ଅନୁଯାଇ କ୍ୱିକ ଟୁଲବାର, ସ୍ମାର୍ଟ ପ୍ୟାନେଲ ଏବଂ ରିଡିଙ୍ଗ ମୋଡ ଯୋଗାଇଦେଇଛି । ଏତଦ୍ବ୍ୟତିତ ଟେକ୍ନୋ ଫ୍ୟାଟଂମ୍-୯ ଫୋନ ୧୧୧ ପ୍ରତିଶ୍ରୁତି ସହ ଉପଲବ୍ଧ ହେଉଛି । ଏଗୁଡିକ ହେଲା ୬ ମାସରେ ୧ଥର ସ୍କ୍ରିନ ବଦଳାଇବାର ସୁଯୋଗ ୧୦୦ ଦିନରେ ମାଗଣା ରିପ୍ଲେସମେଂଟ ଏବଂ ୧ ମାସ ସଂପ୍ରସାରିତ ୱାରେଂଟି । ଏହି ସବୁ ପାଇଁ ଟେକ୍ନୋ ମୋବାଇଲ ଅନଲାଇନ ବଜାରରେ ଅନନ୍ୟ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ