ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ,୨ ଗିରଫ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ତହସିଲଦାର ତଥା ମାଜିଷ୍ଟ୍ରେଟ ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ଏବଂ ବୁଗୁଡା ଅବକାରୀ ଥାନା ଉପ ନିରୀକ୍ଷକ ବ୍ରହ୍ମାନନ୍ଦ ଭୂୟାଁ ଓ ବୁଗୁଡା ପୋଲିସ ଥାନା ସହ ଉପ ନିରୀକ୍ଷକ ଯୁଧିଷ୍ଠିର ମହାଙ୍କୁଡ ଙ୍କ ନେତୃତ୍ୱରେ ଅବକାରୀ ବାହିନୀ ଓ ପୋଲିସ ବାହିନୀ ର ମିଳିତ ଚଢ଼ାଉ ହୋଇ ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ଦେଶୀ ମଦ ଜବତ ହୋଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେପ୍ଟେମ୍ବର ୧୬ ତାରିଖ ଦିନ ପ୍ରଥମେ ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦିଗ ଗ୍ରାମର ସେନାପତି ଭୂୟାଁଣି ଠାକୁରାଣୀ ପୀଠ ନିକଟରେ ୨୨୦୦ ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରିବା ସହ ଦିଗ ଗ୍ରାମ ନିକଟରୁ ୪୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିଲା। ସେହିପରି ବୁଗୁଡା ନିକଟସ୍ଥ ଜଗତ ପାଟଣା ନିକଟରେ ଜଣେ ବ୍ୟକ୍ତି ୧୦ ଲିଟର ମଦ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ମଦ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରି ମାମଲା ରୁଜୁ ଜରାଯାଇଛି। ଅନ୍ୟ ଏକ ଘଟଣାରେ ବୁଗୁଡା ବଡଶଙ୍ଖ ନିକଟରେ ଜଣେ ବ୍ୟକ୍ତି ମଦ ଧରି ଯାଉଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ମଦ ଜବତ ସହ ଜଣକୁ ଗିରଫ କରାଯାଇ ଏକ ମାମଲା ରୁଜୁ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସହ ଉପ ନିରୀକ୍ଷକ ନିରଞ୍ଜନ ବେହେରାଙ୍କ ସମେତ ଉଭୟ ବିଭାଗର ମହିଳା ଓ ପୁରୁଷ କନେଷ୍ଟବଳ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ