ଅବକାରୀ ଚଢଉ, ମହୂଲ ପୋଚ ନଷ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ ଏବଂ ଅବକାରୀ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ମହାଦେଇପୁର, ସୀତାପୁର, କଲମାସିଂ, ନରାୟଣପୁର ଆଦି ବିଭିନ୍ନ ଗ୍ରାମାଞ୍ଚଳରେ ଚଢଉ କରାଯାଇଥିବାର ଜଣାପଡିଛି । ଏହି ଚଢଉ ବେଳେ ମୋଟ ୨୨୦୦ଲିଟର ମହୁଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ୧୨୦ ଲିଟର ଦେଶୀ ରନ୍ଧାମଦକୁ ଜବତ କରିଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହା ସହ ମଦରନ୍ଧା ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ