ଅବକାରୀ ଚଢଉ, ୪ହଜାର ଲିଟର ପୋଚ ନଷ୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସଦର ଅବକାରୀ ଥାନା ପକ୍ଷରୁ ନେରେଡିଗୁଡା ଏବଂ ସିଙ୍ଗିପୁର ଗ୍ରାମରେ ଚଢଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଥିବାର ଜଣାପଡିଛି । ଉଭୟ ଗ୍ରାମରେ ଅତର୍କିତ ଚଢଉ କରାଯାଇ ୪ହଜାରରୁ ଉର୍ଦ୍ଧ ମହୁଲ ପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଥିବାର ଜଣାପଡିଛି । ଏହାସହ ୨୭୬ ଲିଟର ଦେଶୀ ରନ୍ଧା ମଦ ଏବଂ ମଦରନ୍ଧା ସାମଗ୍ରୀକୁ ଜବତ କରାଯାଇଥିବାର ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉ କରାଯାଇଥିବା ବେଳେ ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡା, ପ୍ରକାଶ ସାହୁଙ୍କ ତତ୍ୱାବଧାନରେ ଏହି ଚଢଉ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ