ଅବକାରୀ ଚଢ଼ାଉ, ନକଲି ବିଦେଶୀ ମଦ ସହ ଜଣେ ଗିରଫ

ବ୍ରହ୍ମପୁର, (ଅନିଲ ମହାରଣା): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଉପ-ଆୟୁକ୍ତ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୨୨ ତାରିଖ ଦିନ ଅବକାରୀ ଗୁଇନ୍ଦା ସୂଚନା ସଂସ୍ଥାର ଉପ-ଅଧିକ୍ଷକ କୁବେର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଆସିକା ଅବକାରୀ ଥାନା ଆଇଆଇସି ଧୀରେନ କୁମାର ବେହେରାଙ୍କ ଉପସ୍ଥିତ ରେ ବଡଗଡ଼ ପୋଲିସ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଚଢ଼ାଉ କରି ନକଲି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ଚଢ଼ାଉରେ ଅବକାରୀ ଗୁଇନ୍ଦା ସଂସ୍ଥା ଆଇଆଇସି ହୃଦାନନ୍ଦ ସାମନ୍ତ ଓ ଏସଆଇ ସୁଦର୍ଶନ ବିଷୋୟୀ, ଅବକାରୀ ଏସଆଇ ବିଶ୍ଵନାଥ ଦାସ ଓ ଅବକାରୀ କର୍ମଚାରୀ ବୃନ୍ଦ ସାମିଲ ହୋଇଥିବା ବେଳେ ୧୭୨.୮୦୦ ନକଲି ବିଦେଶୀ ମଦ, ୧୫୬ ଲିଟର ବିଅର, ୧୯ ଲିଟର ରେକ୍ଟଫାଇଡ଼ ସ୍ପିରିଟ, ୨୦୦ ଠିପି, ୨୦୦ ନକଲି କମ୍ପାନୀ ଲେବଲ, ୨୦୦ ଟି ଖାଲି ବୋତଲ ଜବତ କରିବା ସହ ବରଗଡ଼ ପୋଲିସ ଥାନା ହରିପୁର ଗ୍ରାମର ରାଧାମୋହନ ସାହୁ(୪୫) ଙ୍କୁ ଗିରଫ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ