ଅବକାରୀ ମୋବାଇଲ୍ ସ୍କ୍ୱାଡ ଚଢାଉ,ଚୋରା ମଦ ଜବତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ମୋବାଇଲ ସ୍କାର୍ଡ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢାଉ କରାଯାଇ ୬୧ଲିଟର ଚୋରା ଦେଶୀମଦ ଏବଂ ୫ଶହ କେ.ଜି. ପୋଚ ଜବତ କରାଯାଇଥିବା ଜଣାପଡିଛି । ମୋବାଇଲ ସ୍କାର୍ଡ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜାଗିଲି ସାହି ଠାରେ ଚଢାଉ କରାଯାଇ ୧୫ଲିଟର ଦେଶୀ ଚୋରା ମଦ ଜବତ କରାଯାଇଥିଲା । ସେହିପରି ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ନିକଟରେ ଚଢାଉ କରାଯାଇ ୫୦୦କେଜି ପୋଚ ଜବତ କରାଯାଇଛି । ଏହିପରି ମୋଟ ୬୧ଲିଟର ଚୋରା ଦେଶୀ ମଦ ଏବଂ ୫୦୦କେଜି ପୋଚ ଜବତ ହୋଇଥିବାବେଳେ ୨ଟି ପୃଥକ ମାମଲା ଅବକାରୀ ଥାନାରେ ରୁଜୁ କରାଯାଇଛି । ଏହି ଚଢାଉବେଳେ ଅବକାରୀ ବିଭାଗର କିଶୋରଚନ୍ଦ୍ର ରଥ, ଚିତ୍ତରଂଜନ ଜେନା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।