ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବୃକ୍ଷରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା): ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବର୍ଷଭଳି ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ ହୋଇଛି । ଶନିବାର ପୂର୍ବାହ୍ନରେ ବରହମପୁର ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ସହାୟତାରେ ରାଜବରହମପୁର ଦୀନବନ୍ଧୁ ହାଇସ୍କୁଲ ଓ ସ୍ଥାନୀୟ ସଂଘ ଅଫିସ ପରିସରରେ ଫଳଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସଂପାଦକ ଇଂ. ବନମାଳୀ ନାୟକ, ଯୁଗ୍ମ ସଂପାଦକ ବସନ୍ତ କୁମାର ନାୟକ ଓ ଶଶାଙ୍କ ଶେଖର ଦତ୍ତ, ସ୍ଥାନୀୟ ଶାଖା ସଂଘର କର୍ମକର୍ତ୍ତା କୈଳାସ ଚନ୍ଦ୍ର ବେହେରା, କୁଳମଣି ନାୟକ, ଅଜୟ ପରିଡ଼ା, ଦୀନବନ୍ଧୁ କବାଟ, ଗୋକୁଳାନନ୍ଦ ବେହେରା ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଚାରାରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଚାରାରୋପଣ ଶୁଭାରମ୍ଭ କରିଥିଲେ । ଶିକ୍ଷକ ନରେନ୍ଦ୍ର ବାରିକ, ମହେଶ୍ୱର ଚୌଧୁରୀ ଓ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ ରାଉତ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ