ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ସୁଶିଲଙ୍କୁ ମାଡମାରି ଅଶି ହଜାର ଟଙ୍କା ଲୁଟିନେଲେ ୩ ଦୃବୁର୍ତ୍ତ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ-ବ୍ରାହ୍ମଣ ବୋଷ ରାସ୍ତାରେ ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦାଃ ନିଜ ଗାଁକୁ ସ୍କୁଟିରେ ଫେରି ଯାଉଥିବାବେଳେ ଏକ କ୍ରସର ପାଖରେ ଏକ ମୋଟର ସାଇକେଲରେ ୩ ଲୁଟେରା ତାଙ୍କୁ ରାସ୍ତାରେ ମାଡମାରି ୮୦ ହଜାର ଟଙ୍କା ଲୁଟି ନେଇଥିବା ବହଳଦା ଥାନାରେ ଲିଖିତ ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ସାହିବା ବାବୁ ନିଜର ବ୍ୟକ୍ତିଗତ କାମ ପାଇଁ ସକାଳେ ନିଜର ଵଂଧୁ ବହଳଦା ବ୍ଲକର ଗମ୍ଭାରିଆର ସାହାଜାହାନଙ୍କ ପାଖକୁ ଯାଇ ଅଶୀ ହଜାର ଟଙ୍କା ଧାର ସୂତ୍ରରେ ଆଣି ଦିନ ୧୧ଟା ବେଳେ ନିଜ ସ୍କୁଟି (ଏଚ ୦୫ ଡି ଏଲ ୩୭୭୯)ରେ ଘରକୁ ଫେରୁଥିବାବେଳେ ଗମ୍ଭାରିଆ-ବ୍ରାହ୍ମଣବୋଷ ମଝି ରାସ୍ତାରେ ଏକ କ୍ରସର ପାଖାପାଖି ନିଛାଟିଆ ରାସ୍ତାରେ ଏକ ବାଇକରେ ଆସିଥିବା ହିନ୍ଦୀରେ କହୁଥିବା ୩ ଦୁବୁର୍ତ୍ତ ତାଙ୍କୁ ଅଟକାଇ ପିଠିରେ ବିଧା ମାରିଥିଲେ ।ସେ ସ୍କୁଟିରୁ ପଡି ଯାଇଥିଲେ ହେଲମେଟ ,ଚଷମା ଓ ବଡ ମୋବାଇଲ ଖସି ପଡିଥିଲା ।ଚଷମା ଭାଙ୍ଗି ଯାଇଥିଲା ।ବେକର ପଛପଟେ ମଧ୍ୟ ଏକ ଫାଇଟ ମାରିଥିଲେ ।ତାଙ୍କ ପକେଟରୁ ହାତ ପୁରାଇ ଅଶୀ ହଜାର ଟଙ୍କା ଛଡାଇ ନେଇ ଦୃତ ଗତିରେ ଖସି ପଳାଇଥିଲେ ।ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।ଚଷମା ଭାଙ୍ଗି ଯାଇଥିବାରୁ ଦୁବୁର୍ତ୍ତମାନଙ୍କୁ ଚିହ୍ନି ପାରି ନ ଥିଲେ । ପକେଟରେ ଥିବା କୁନି ମୋବାଇଲରୁ ବହଳଦା ପୋଲିସ ମଣ୍ଡଳ ବାବୁଙ୍କୁ ଫୋନ କରି ସବୁ କଥା କହିବା ସହ ତାଙ୍କ ସାଙ୍ଗ ସାଥୀମାନଙ୍କୁ ମଧ୍ୟ ଜଣାଇଥିଲେ ।ବହଳଦା ଥାନାଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୃ ପହଞ୍ଚି ତଦନ୍ତ କରିବା ସହ ସାହିବା ବାବୁଙ୍କୁ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।ବହଳଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି କେଶ ନଂ ୮୧/୨୧ ରୁଜୁ ହୋଇଛି ।ପୋଲିସ ଛାଳଭିନ ଆରମ୍ଭ କରିଛି ।ବାମନଘାଟୀ ଉପଖଣ୍ଡର ସମସ୍ତ ଥାନା ଆଂଚଳରେ ପୋଲିସ କଡା ନଜର ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ