ଅବସରପ୍ରାପ୍ତ କୃଷି କର୍ମଚାରୀ ନିତ୍ୟାନନ୍ଦ ପଣ୍ଡାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ଗ୍ରାମର ଅବସରପ୍ରାପ୍ତ କୃଷି କର୍ମଚାରୀ ନିତ୍ୟାନନ୍ଦ ପଣ୍ଡା(୮୫)ଙ୍କର ରବିବାର ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ଘରୋଇ ଚିକିତ୍ସାଧିନ ଥିଲେ । ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ମଝିଆ ପୁଅ ନିରଞ୍ଜନ, ସାନପୁଅ ନଟବର, ଝିଅ ନିରୁପମା, ଜ୍ୱାଇଁ ସୁବାଷଙ୍କ ସମେତ ବୋହୁ, ନାତିନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ନିରାକର ମୁଖାଗ୍ନି ଦେଇଥିଲେ । ସେ ମୟୁରଭଞ୍ଜ ଜିଲା କୁସୁମୀ ବ୍ଲକରେ କୃଷି ବିଭାଗର ଗ୍ରାମ ସେବକ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ରାଜ୍ୟରେ ୧୩ ଜିଲା ଥିବା ବେଳେ ସେ ପ୍ରାୟତଃ ସମସ୍ତ ଜିଲାରେ କାର୍ଯ୍ୟ କରି ଶେଷରେ ସୁନ୍ଦରଗଡ ଜିଲାରେ ଅବସର ନେଇଥିଲେ । ସେ ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ପରୋପକାରୀ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।