ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ଶ୍ୟାମସୁନ୍ଦରଙ୍କ ବିୟୋଗରେ ଗଭୀର ଶୋକ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ଅଧିନସ୍ଥ ୩ ନମ୍ବର ୱାର୍ଡ ଖମ୍ବେଶ୍ୱରୀପାଟଣା ଅଞ୍ଚଳର ବାସିନ୍ଦା ତଥା ଶତାୟୁ ପୁରାତନ ହରିହର ହାଇସ୍କୁଲର ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା (ବୟସ ପ୍ରାୟ ୯୪ବର୍ଷ)ଙ୍କର ବୟସାଧିକ କାରଣରୁ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ ଓ ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଥିବା ସାଙ୍ଗକୁ ହରିହର ହାଇସ୍କୁଲର ପ୍ରାକ୍ତନ ଆକାଶ ବାହିନୀର ସହକାରୀ ଏନ୍ସିସି ଅଫିସର ଓ ଜଣେ ପ୍ରାକ୍ତନ ଭଲିବଲ୍ ଖେଳାଳୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଏନ୍ଏସି ଅଧୀନସ୍ଥ ଖମ୍ବେଶ୍ୱରୀପାଟଣାର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ବୟସାଧିକ କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳ ଉତ୍ତର ବାଙ୍କ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ସରୋଜିନୀ ପଣ୍ଡା, ପୁତ୍ର ଦେବାଶିଷ ପଣ୍ଡା, ପୁତ୍ରବଧୁ ମଧୁସ୍ମିତା ପଣ୍ଡାଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଛାତ୍ରବତ୍ସଳ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାସୁନ୍ଦର ପଣ୍ଡାଙ୍କ ବିୟୋଗରେ ବରିଷ୍ଠ ଆସିକା ପ୍ରେସ୍ କ୍ଳବର ସଭାପତି ସତ୍ୟନାରାୟଣ ରଥ, ସାମ୍ବାଦିକ ସରୋଜ କୁମାର ଦାଶ, ଆସିକା ଏନ୍ଏସିର ପୂର୍ବତନ କାଉନସିଲର୍ ଏମ୍.ତାରିଣୀ ସେନାପତି, ସମାଜସେବୀ ଦିବାକର ମୁନି, ମନୋଜ କୁମାର ଦାଶ, ଦିଲୀପ କୁମାର ପାଣିଗ୍ରାହୀ, କେ.ଦୀପକ କୁମାର ସେନାପତି, ଲଡୁକିଶୋର ପାତ୍ର, ସନ୍ତୋଷ କୁମାର ସେନାପତି, ପି.ତିରୁପତି ପାତ୍ର, ଏଲ୍.ପ୍ରସାଦ ରାଓ ଆଚାରୀ, ଦିବାକର ଆଚାରୀ, ଗଜେନ୍ଦ୍ର ଜେନା, ଇ.ଅରୁଣ କୁମାର ପାତ୍ର, ସୁରେନ୍ଦ୍ର ବେହେରା, ପ୍ରସନ୍ନ କୁମାର ପାଣିଗ୍ରାହୀ, ସିମାଂଚଳ ସାହୁ, ସନ୍ତୋଷ କୁମାର ବେହେରା, ଦେବେନ୍ଦ୍ର କୁମାର ବେହେରା, ତାରାପ୍ରସାଦ ମହାପାତ୍ର, ତାରା ପ୍ରସାଦ ମିଶ୍ର, ଲୋକନାଥ ମହାପାତ୍ର, ଜି.ସୂର୍ଯ୍ୟପ୍ରକାଶ ରାଓ, ଛବିଳରାମ ମିଶ୍ର ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ଛାତ୍ରବତ୍ସଳ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ବିୟୋଗରେ ଗୁରବାର ସ୍ଥାନୀୟ ଶତାୟୁ ପୁରାତନ ହରିହର ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଶୋକ ଓ ସ୍ôମୃତିଚାରଣ ସଭାରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ଶିବରାମ ମହାରଣା, ସୁଶାନ୍ତ କୁମାର ପଣ୍ଡା, ରମାକାନ୍ତ ମହାନ୍ତି, ରଂଜିତ୍ ପ୍ରଧାନ, ସବିତା ତ୍ରିପାଠୀ, ମମତା ଭଂଜ, ଚନ୍ଦ୍ରିକା ସୁନା, ଗାୟତ୍ରୀ ପାତ୍ର, ପ୍ରଶାନ୍ତ କୁମାର ନାୟକ, ରଜନୀ ରାଣୀ ଦାଶ, ମମତା ଭଂଜ, ରଂଜିତା କୁମାରୀ ବିଷୋୟୀ, ମନୋରଂଜନ ପଣ୍ଡାଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ତାଙ୍କର ବହୁମୁଖୀ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରି ନୀରବ ପ୍ରାର୍ଥନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ଶତାୟୁ ପୁରାତନ ହରିହର ହାଇସ୍କୁଲ ପକ୍ଷରୁ ବିଗତ କିଛି ବର୍ଷ ତଳେ ଛାତ୍ରବତ୍ସଳ ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଶ୍ୟାମସୁନ୍ଦର ପଣ୍ଡାଙ୍କୁ ପର୍ଶୁରାମ ବର୍ମା ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିବା ବେଳେ ତାଙ୍କର ବିୟୋଗରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି ।