ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଲାଇନପଡ଼ା ସ୍ଥିତ ହାଟପଦା ସାହିରେ ବାସ କରୁଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଚରଣ ବେହେରା (୭୬)ଙ୍କର ଦେହାନ୍ତ ଘଟିଛି । ସେ ଉକ୍ତ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ । ଅବସର ପରେ ସେ ନିଜ ଗ୍ରାମରେ ରହୁଥିବା ବେଳେ ଦୀର୍ଘଦିନ ହେଲା ସେ ମଧୁମେହ ରୋଗରେ ପିଡ଼ିତ ଥିଲେ । ଗତ ୨ ମାସ ହେଲା ଶର୍ଯ୍ୟାଶାୟୀ ଥାଇ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଥିଲେ । ସେ ହଠାତ୍ ଗୁରୁତ୍ୱର ହୋଇ ପଡ଼ିବାରୁ ତାଙ୍କୁ ଖଜୁରିପଡ଼ା ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଶେଷ ସମୟରେ ତାଙ୍କର ବଡ଼ପୁଅ କମଳାକାନ୍ତ ,ଶିବ ଶଙ୍କର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଗାଁ ସସ୍ୱାନରେ ତାଙ୍କର ଶେଷକୃତ ସଂପର୍ଣ୍ଣ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଲାଇନପଡ଼ା ଓ ଆଖ ପାଖ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ