ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀଧର ସାର୍ ଙ୍କ ଦେହାନ୍ତ : ଅଞ୍ଚଳରେ ଶୋକର ଛାୟା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀ ଧର ନାୟକ ଆଜି 79 ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ସ୍ଵର୍ଗତ ନାୟକ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ସୁନାମ ଅର୍ଜ୍ଜନ କରିବା ସହିତ ଜଣେ ସୁସାହିତ୍ୟିକ ଭାବେ ବହୁ କବିତା,ପ୍ରବନ୍ଧ,ଗଳ୍ପ ରଚନା କରି ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଥିଲେ I ସେ ଦିବ୍ୟ ଜୀବନ ସଂଘ, ନିରଞ୍ଜନ ସ୍ୱାମୀ ଭଳି ବିଭିନ୍ନ ସଂଘ ସହ ଜଡ଼ିତ ରହି ଜଣେ ଆଧ୍ୟାତ୍ମିକ ଚେତନା ବ୍ୟକ୍ତିତ୍ୱ ସହ ଜଣେ ମିଷ୍ଠଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ I ସେ ମଧ୍ୟ ଜଣେ ଖ୍ୟାତାନାମା ହୋମିଓପାଥିକ ଚିକିତ୍ସକ ଭାବେ ବହୁ ରୋଗୀଙ୍କୁ ଆରୋଗ୍ୟ କରିଥିଲେ I ସେ 2000 ମସିହାରେ ଶିକ୍ଷକ ଚାକିରୀରୁ ଅବସର ନେବା ପରେ ନିଜ ଗ୍ରାମ ଗୋବରାରେ ରହି ସାହିତ୍ୟ ସାଧନା ଜାରେ ରଖିଥିଲେ I ଶ୍ରୀ ନାୟକଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ତଥା ପ୍ରଧାନ ଶିକ୍ଷକ ଦାମୋଦର ନାୟକ, ବୋହୂ ଅର୍ଚ୍ଚନା ଦାସ,ଝିଅ ଜ୍ୟୋତ୍ସ୍ନା ରାଣୀ, ଭାଗ୍ୟଲତା, ଲକ୍ଷ୍ମୀ, ବଡ଼ ଜ୍ଵାଇଁ ରଞ୍ଜନ,ଭାଇ ନିରାକାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗଣମାଧ୍ୟମ ପ୍ରତିନିଧି ବିଭୂପାଦ ଜେନା,ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ଶିକ୍ଷକ ଗୋପାଳ କୃଷ୍ଣ ନାୟକ,ଅଶୋକ ନାୟକ, ସମାଜସେବୀ ସୁଧୀର ନାୟକ ପ୍ରମୁଖ ତାଙ୍କର ଅନ୍ତିମ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ