ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରଲୋକ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଅଧୀନ କୁଳେଇପଦା ଗ୍ରାମର ଶାନ୍ତିଲତା ମହାନ୍ତି ( ୬୫)ଙ୍କର ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି । ସେ ସାଠିବାଙ୍କୁଡା, ଅମୃତମଣୋହି, ପହଣା ଆଦି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ମଠଡିହ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିଲେ । ସେ ଜଣେ କବୀ, ସୁ ସାହିତ୍ୟିକା, ସ୍ନେହଶୀଳା ମହିଳା ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅବିଭକ୍ତ ସୁନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର ନାୟକ, ନାନ୍ଦପୁରର ପୂର୍ବତନ ସରପଞ୍ଚ ସରୋଜ ଦାସ, ବରିଷ୍ଠ ଶିକ୍ଷୟିତ୍ରୀ ସୁରମା ସୁନ୍ଦରୀ ସାହୁ, ମିନତି ଲତା ପୁହାଣ, ବରିଷ୍ଠ ଶିକ୍ଷକ ଚିତ୍ତ ରଞ୍ଜନ ମହାନ୍ତି, ପିତବାସ ନାୟକ, ଶ୍ରୀଧର ବାରିକ, ପୂର୍ବତନ ସିଆରସିସି ହୃଦାନନ୍ଦ ନାୟକ, ପହଣା କ୍ଲଷ୍ଟର ସିଆରସିସି ମଙ୍ଗୁଳି ଚରଣ ସେଠୀ, ଏଏସଆଇ ପ୍ରଦୀପ ନାୟକ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁତ୍ର ଦିଲ୍ଲୀପ ଶେଖର, ପତିତପାବନ, କନ୍ୟା ମିନର୍ଭା ପ୍ରିୟଦର୍ଶନୀ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ