ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ନିକଟସ୍ଥ ଲାଇନପଡ଼ା ସ୍ଥିତ ହାଟପଦା ସାହିରେ ବାସ କରୁଥିବା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଉମାଚରଣ ବେହେରା (୭୬)ଙ୍କର ପରଲୋକ ଘଟିଛି। ସେ ଉକ୍ତ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ଅବସର ପରେ ସେ ନିଜ ଗ୍ରାମରେ ରହୁଥିବା ବେଳେ ଦୀର୍ଘଦିନ ହେଲା ସେ ମଧୁମେହ ରୋଗରେ ପିଡ଼ିତ ଥିଲେ। ଗତ ୨ ମାସ ହେଲା ଶଯ୍ୟାଶାୟୀ ଥାଇ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଥିଲେ। ସେ ହଠାତ୍ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଖଜୁରିପଡ଼ା ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ମୃତ ଘୋଷଣା କରିଥିଲେ।ଶେଷ ସମୟରେ ତାଙ୍କର ବଡ଼ପୁଅ କମଳାକାନ୍ତ, ଶିବ ଶଙ୍କର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଲାଇନପଡ଼ା ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।