ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମାଁ କାଳୀ କୃଷକ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ନବଘନ ମିଶ୍ର ସେପ୍ଟେମ୍ବର ୩୦ ତାରିଖରେ କର୍ମମୟ ଜୀବନରୁ ଅବସର ନେଇ ଥିବା ବେଳେ ଶିକ୍ଷାନୁଷ୍ଠାନ ଓ ପୁରାତନ ଛାତ୍ରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାପୀଠର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ଣ୍ଣଚନ୍ଦ୍ର ଭୋଳଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନ, ଏସ ଟିକରପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ ଚନ୍ଦ୍ର ମହାରଣା,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ବିଭନ୍ନ ବିଦ୍ୟାଳୟରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ବିଜୟ କୁମାର ପାଣିଗ୍ରାହୀ, ପ୍ରଶନ କୁମାର ଜେନା, ସୁବାସ ଚନ୍ଦ୍ର ଗୌଡ଼, ସନ୍ତୋଷ କୁମାର ଘଡେଇ ପ୍ରମୁଖ ଯୋଗଦେଇ ଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବଘନ ମିଶ୍ରଙ୍କୁ ପୋଚାଲୁଣ୍ଡି ଗ୍ରାମ ସାରା ପରିକ୍ରମା କରାଇ ଶ୍ରୀ ମିଶ୍ରଙ୍କ ନିଜଗ୍ରାମ ବାଲିସିରାରେ ନିଜ ଘରେ ବିଦାୟ ଦେଇ ଫେରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ