ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସହରର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କାରିଣୀସାହି ନିବାସୀ ପ୍ରଫୁଲ କୁମାର ନାୟକଙ୍କ ମୃତ୍ୟୁ ଘଟିଛି । ତାଙ୍କରି ମୃତ୍ୟୁ ଖବର ପାଇ ଛତ୍ରପୁର ସହରର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନାୟକ ଜଣେ ପରୋପକାରୀ, ଧର୍ମପାରୟଣ, ଛାତ୍ରବତ୍ସଳ ଭାବେ ଛତ୍ରପୁର ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । କୋରାପୁଟ ଜିଲ୍ଲାର ଏକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରି ୧୯୮୯ ମସିହାରେ ଓଡିଶାର ସର୍ବ ପୁରାତନ ହାଇସ୍କୁଲ ତଥା ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନକୁ ବଦଳି ହୋଇ ଆସିଥିଲେ । ପରେ ୨୦୦୮ ମସିହାରେ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ କୋଦଳା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ଛତ୍ରପୁର ଅନସ୍ଲୋ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରି ସ୍କୁଲର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ସ୍କୁଲ କମିଟି ଗଠନ କରିଥିଲେ । ସେହପିର ଛତ୍ରପୁର ସ୍ଥିତ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ଭାବେ ୨୦୧୧ ଠାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇ ଆସିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଆଜି ତାଙ୍କ ମୃତ୍ୟୁରେ ତାଙ୍କ ଦୁଇ ପୁଅ ପ୍ରଦ୍ୟୁମ୍ନ ନାୟକ ଓ ବିଶ୍ୱଜିତ୍ ନାୟକ, ଧର୍ମପତ୍ନୀ ସୁଷମା ନାୟକ, ଭଣଜା ସରୋଜ କୁମାର ପାଢୀ, ବୋହୁ ସସ୍ମିତା ନାୟକ ଓ ଚୁନି ନାୟକ,ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ପଣ୍ଡା, ନିରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ,ପିତବାସ ପାଣିଗ୍ରାହୀ, ନରସିଂହ ଆଚାରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଙ୍କ ସମେତ ବହୁ ଛାତ୍ର, ପୂରାତନ ଛାତ୍ର ଏବଂ ସ୍ଥାନୀୟ ବାସିନ୍ଦା ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ ।